ସିବିଆଇର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ମନୀଷ ସିସୋଦିଆ । ଆଜି ୩.୫୦ରେ ହୋଇପାରେ ଶୁଣାଣି ।

79

କନକ ବ୍ୟୁରୋ: ସିବିଆଇର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟ ଗଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଆଜି ଅପରାହ୍ଣ ୩. ୫୦ ମିନିଟ୍ରେ ସିଶୋଦିଆଙ୍କ ଆବେଦନ ଉପରେ ଜରୁରୀ ଶୁଣାଣି କରିବେ ସର୍ବୋଚ ଅଦାଲତ ।

ଅନ୍ୟପଟେ ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ । ମଦ ନୀତି ଦୁର୍ନୀତି ମାମଲାକୁ ନେଇ ସିିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା । ଏନେଇ ସୋମବାର ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ଶୁଣାଣି କରିଥିଲେ । ରବିବାର ସଂଧ୍ୟାରେ ଜେରା ପରେ ଦିଲ୍ଲା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ହାଜର ହୋଇଥିଲେ ମନୀଷ ସିସୋଦିଆ । ଦୀର୍ଘ ୮ ଘଂଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଅବକାରୀ ନୀତି ମାମଲାରେ ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ । କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା । ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ । ଘଟଣାକୁ ନେଇ ଆମ ଆଦମୀ ପାର୍ଟି ପ୍ରତିକ୍ରିୟା ଦେଇଛି । ରାଜନୈ÷ତିକ ଚାପ ପାଇଁ ସିସୋଦିଅ।।ଙ୍କୁ ଗିରଫ କରିଛି ସିବିଆଇ । ସେପଟେ କଂଗ୍ରେସ କହିଛି ସରକାରୀ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁୁଛି ବିଜେପି ।