ଜ୍ଞାନବାପି ମସଜିଦ ମାମଲା । ମେ ୨୬ରେ ପରବର୍ତ୍ତୀ ଶୁଣାଣି ।

82

କନକ ବ୍ୟୁରୋ : ଜ୍ଞାନବାପି ମସଜିଦ ମାମଲାର ଶୁଣାଣି ଘୁଞ୍ଚାଇଦିଆଯାଇଛି । କୋର୍ଟ ମେ ୨୬ତାରିଖକୁ ଶୁଣାଣିକୁ ଘୁଞ୍ଚାଇଛନ୍ତି । ଉତ୍ତର ପ୍ରଦେଶ ବାରାଣସୀର ବହୁଚର୍ଚ୍ଚିତ ଜ୍ଞାନବାପି ମସଜିଦ ମାମଲାରେ ବାରାଣସୀ ଜିଲ୍ଲା କୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । କୋର୍ଟ ଶୁଣାଣି ସମୟରେ ନିର୍ଦ୍ଦେଶ ୭ର ରୁଲ ୧୧ ଉପରେ ପ୍ରଥମେ ଶୁଣାଣି କରିବେ ।

ମୁସଲିମ ପକ୍ଷରୁ ଦଲିଲ ଦିଆଯାଇଥିଲା ଯେ ୧୯୯୧ ପ୍ଲେସେସ ଅଫ୍ ୱରସିପ୍ ଆକ୍ଟ ଯୋଗୁ ହିନ୍ଦୁ ପକ୍ଷର ଦଲିଲ ଖାରଜ କରିଦିଆଯାଇଥିଲା । ଏଥିର କୋର୍ଟ ପ୍ରଥମେ ଏହି ମାମଲା ଉପରେ ଶୁଣାଣି କରିବେ । କୋର୍ଟ କମିଶନଙ୍କ ରିପୋର୍ଟକୁ ସମସ୍ତଙ୍କୁ ଉପଲବ୍ଧ କରାଇବା ସହ ୭ ଦିନ ଭିତରେ ଆପତ୍ତି ଦାଖଲ କରିବାକୁ କୁହାଯାଇଛି । ହିନ୍ଦୁ ପକ୍ଷରୁ ଓକିଲ ବିଷ୍ଣୁ ଜୈନ କହିଛନ୍ତି ସିପିସିର ନିର୍ଦ୍ଦେଶ ୭ ରୁଲ ୧୧ ଅନୁସାରେ ମାମଲାକୁ ଖାରଜ କରିବା ପାଇଁ ମୁସଲିମ ପକ୍ଷ ଆବେଦନ କରିଥିଲେ । ପରେ ମାମଲାର ଶୁଣାଣି ମେ ୨୬କୁ ଘୁଞ୍ଚାଇଦିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ ଜିଲ୍ଲା ଜଜ ପ୍ରଥମେ ନିର୍ଦ୍ଦେଶ ୭ ରୁଲ ୧୧ ଉପରେ ଶୁଣାଣି କରିବେ ।