ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ ଆଦମୀ ପାର୍ଟି । ପୂର୍ବତନ ସାମ୍ବାଦିକ ତଥା ଲୋକପ୍ରିୟ ଉପସ୍ଥାପକ ଇସୁଦାନ ଗଢବୀଙ୍କ ନାଁରେ ଦଳ ମାରିଲା ମୋହର

253

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଏହା ପରେ ଶୁକ୍ରବାର ଆମ ଆଦମୀ ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ସାମ୍ବାଦିକ ତଥା ଆମ ଆଦର୍ମି ପାର୍ଟିର ରାଷ୍ଟ୍ରୀୟ ମିଳିତ ସାଧାରଣ ସମ୍ପାଦକ ଇସୁଦାନ ଗଢବୀଙ୍କ ଉପରେ ଆଶା ପ୍ରକଟ କରିଛନ୍ତି ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ପଂଜାବ ଫମୂଲା ଆପଣାଇଥିଲା ଆପ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପାଇଁ ଜନତାଙ୍କ ମତାମତ ଲୋଡିଥିଲା । ମୋବାଇଲ ମାଧ୍ୟମରେ ସଂଗ୍ରହ ହୋଇଥିଲା ମୋଟ ୧୬ଲକ୍ଷ ୪୮ହଜାର ୫ଶହ ଭୋଟ । ଯେଉଁଥରେ ୧୬ଲକ୍ଷରୁ ଅଧିକ ଭୋଟ ଇସୁଦାନଙ୍କ ସପକ୍ଷରେ ଆସିଥିଲା ।

ଜନମତ ଆଧାରରେ ଦଳ ଶୁକ୍ରବାର ଇସୁଦାନଙ୍କ ନାଁରେ ମୋହର ମାରିଛି । ଅହମଦାବାଦରେ କାର୍ଯ୍ୟକ୍ରମର ଆୟୋଜନ କରି ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାଁ ଘୋଷଣା କରିଛି । ୪୦ବର୍ଷୀୟ ଇସୁଦାନ ପେଶାରେ ଜଣେ ସାମ୍ବାଦିକ । ବର୍ଷକ ପୂର୍ବରୁ ସାମ୍ବାଦିକତା ଛାଡି ରାଜନୀତିରେ ପ୍ରବେଶ କରିଥିଲେ ଓ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଗୁଜରାଟର ପଛୁଆବର୍ଗ ଗଡବୀ ହେଉଛନ୍ତି ଇସୁଦାନ । ଖୁବ କମ ସମୟରେ ଟ୍ରେନି ସାମ୍ବାଦିକରୁ ଜଣେ ଲୋକପ୍ରିୟ ଟିଭି ଉପସ୍ଥାପକ ହୋଇପାରିିଥିଲେ ଗଢବୀ । ତେବେ ଏହି ଚର୍ଚ୍ଚିିତ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥି କରିବା ପାଇଁ ଉଭୟ ବିଜେପି ଓ ଗୁଜରାଟ ଅଫର ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟର ହେବ । ପ୍ରଥମ ଚରଣର ଭୋଟଦାନ ଡିସେମ୍ବର ୧ରେ ହେବ ଓ ଏଥିରେ ୮୯ ଆସନ ପାଇଁ ଭୋଟ ପଡିବ । ସେହିଭଳି ୯୩ ଆସ ପାଇଁ ଡିସେମ୍ବର ୫ରେ ବାକି ଆସନ ପାଇଁ ପଡିବ ଭୋଟ । ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ