ମହାପ୍ରଭୁଙ୍କୁ ଲାଗି ହୁଏ ମହଣ ମହଣ ସୁନା। କେଉଁ କେଉଁ ଅଳଙ୍କାର ପିନ୍ଧନ୍ତି ମହାପ୍ରଭୁ ପଢନ୍ତୁ…

131

କନକ ବ୍ୟୁରୋ: ସୁନାବେଶରେ ମହଣ ମହଣ ସୁନାରେ ମହାପ୍ରଭୁ ସୁସଜ୍ଜିତ ହୋଇଥାନ୍ତି । ତେବେ ଏତେ ସୁନାକୁ ନେଇ ଅନେକ ପୌରାଣିକ କଥା ଆଉ ତଥ୍ୟ ମଧ୍ୟ ରହିଛି । ତେବେ ବହୁବର୍ଷ ଧରି ରଥ ଉପରେ ସୁନାବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହେଇଥିଲା । ଏବେ ଏଥିରେ କିଛି ପରିବର୍ତ୍ତନ ହୋଇଛି ।

ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢିଆଣୀ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଅଳଙ୍କାର ଲାଗିହୋଇଥାଏ ।

ସେହିଭଳି ବଳଭଦ୍ରଙ୍କ ପାଖରେ କିରିଟ, ଶ୍ରୀପୟର, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି ଲାଗୁହୋଇଥାଏ । ଦେବୀ ସୁଭଦ୍ରାଙ୍କ ପାଖରେ କିରିଟ, ଓଢ଼ିଆଣ.କାନ,  ଚନ୍ଦ୍ରସୂର୍ୟ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ସେବତୀ ମାଳି, ତଗଡ଼ି-୨ଟି ଲାଗୁହୋଇଥାଏ । ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ ।