ଆସୁଛି ବଡ ଅର୍ଥନୈତିକ ସଙ୍କଟ । ସୁନା କିଣୁଛନ୍ତି ବିଶ୍ୱର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ୍

197

କନକ ବ୍ୟୁରୋ : ଆସୁଛ ବଡ ଅର୍ଥନୈତିକ ସଙ୍କଟ । ସୁନା କିଣୁଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ୍ । ବିଶ୍ୱର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଯେଉଁଭଳି ଭାବେ ସୁନା କିଣୁଛନ୍ତି ତାକୁ ନେଇ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ବିଶେଷଜ୍ଞ । ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁ ଆଗକୁ ବଡ ଅର୍ଥନୈତିକ ବିପଦ ଆସୁଥିବା ସନ୍ଦେହ କରି କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଏଭଳି ସୁନା କିଣିବାରେ ଲାଗିପଡିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ଅନ୍ୟ ଦେଶଗୁଡିକର କେନ୍ଦ୍ରୀୟ ବ୍ୟାଙ୍କ ତିନି ମାସରେ ୪ ଶହ ଟନ୍ ସୁନା କିଣିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଡଲାର ପରେ ଯଦି ଜିନିଷ ଯାହାକୁ ବିଶ୍ୱ ବିନିମୟର ଦ୍ୱିତୀୟ ମାଧ୍ୟମ ବୋଲି କୁହାଯାଏ ତାହା ହେଉଛି ସୁନା । ତେଣୁ ଦେଶଗୁଡିକ ସୁନା ମହଜୁଦ କରି ରଖୁଥିବା ବିଶେଷଜ୍ଞମାନେ କହୁଛନ୍ତି । ଏବେ ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟ କିଛି ଦେଶ ମୁହାଁମୁହିଁ ପରସ୍ଥିତିରେ ଅଛନ୍ତି । ଯଦି କୌଣସି ସଙ୍କଟ ଆସେ ତେବେ ସୁନାକୁ ଆମଦାନୀରେ ବ୍ୟବହାର କରାଯାଇପାରେ । ଆମେରିକା, ଜର୍ମାନୀ, ଫ୍ରାନ୍ସ ଭଳି ବିକଶିତ ଦେଶମାନଙ୍କ ପାଖରେ ବିପୁଳ ପରିମାଣର ସୁନା ରହିଥିଲେ ବି ସେମାନେ ଗତ ବର୍ଷଟେ ହେବ ଅଧିକ ମାତ୍ରାରେ ସୁନା କଣୁଥିବା ଦେଖିବାକୁ ମିଳିଛି । ଏବେ ଋଷ ପାଖରେ ସବୁଠୁ ୧ ହଜାର ଟନର ଅଧିକ ସୁନା ରହିଥିବା ବେଳେ ଦ୍ୱିତୀୟରେ ରହିଛି ଚୀନ । ଚୀନରେ ୮୦୦ରୁ ହଜାରେ ଟନ୍ ସୁନା ରହିଥିବା ବେଳେ ତୃତୀୟ୍ର ସ୍ଥାନରେ ରହିଛି ଭାରତ । ଭାରତରେ ୨୦୦ ରୁ ୪୦୦ ଟନ୍ ସୁନା ମହଜୁଦ ଅଛି । ଦେଖିବାକୁ ଗଲେ ମୋଟ ଉପରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକରେ ୩୭ ହଜାରରୁ ଅଧିକ ଟନର ସୁନା ଗଚ୍ଛିତ ଅଛି ।