ପିସିଆର ଭ୍ୟାନରେ ଜିପିଏସ ଟ୍ରାକିଂ ସିଷ୍ଟମ: ଅପରାଧ ଘଟୁଥିବା ସ୍ଥାନରେ ଶୀଘ୍ର ପହଞ୍ଚିବାକୁ ସମ୍ବଲପୁର ପୋଲିସର ନୂଆ ପ୍ରୟାସ । ମହିଳାଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ‘ମହିଳା ପିସିଆର ଭ୍ୟାନ’

359

କନକ ବ୍ୟୁରୋ: ସମ୍ବଲପୁରରେ କମାଲ କଲା ‘ମୋ ସରକାର’ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ସମ୍ବଲପୁରରେ ଆରମ୍ଭ ହେଲା ଅପଗ୍ରେଡେଡ ଜିପିଏସ୍ ଟ୍ରାକିଂ ପିସିଆର ଭ୍ୟାନ । ମୋ ସରକାର କାର୍ଯ୍ୟକ୍ରମରେ ସମ୍ବଲପୁର ପୁଲିସ ପିସିଆରରେ ଜିପିଏସ ଟ୍ରାକିଂ ସିଷ୍ଟମ ଆରମ୍ଭ କରିଛି । ସମ୍ବଲପୁର ଜିଲ୍ଲାରେ ଗଡୁଥିବା ସବୁ ପିସିଆରରେ ଜିପିଏସ ଖଂଜା ଯାଇଛି । ଏହାଦ୍ୱାରା ଅପରାଧ ଘଟୁଥିବା ସ୍ଥାନରେ ଅତିଶୀଘ୍ର ପିସିଆର ଭ୍ୟାନ ପହଂଚି ପାରିବ ବୋଲି କହିଛନ୍ତି ଉତ୍ତରାଂଚଳ ଡିଆଇଜି ।

ଖାଲି ସେତିକି ନୁହେଁ ଜିଲ୍ଲାରେ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରଥମ କରି ୨ଟି ମହିଳା ପିସିଆର ଭ୍ୟାନ ଓ ୨ଟି ମହିଳା ବାଇକ ପିସିଆର ସେବା ଆରମ୍ଭ କରିଛି ସମ୍ବଲପୁର ପୁଲିସ । ସେପଟେ ଜିଲ୍ଲା ପୁଲିସର ଏହି ସେବାକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀ

ତେବେ ପୂର୍ବରୁ ପିସିଆରକୁ ଫୋନ କଲେ ବିଭିନ୍ନ ଆଳ ଦେଖାଇ ବିଳମ୍ବ କରୁଥିବା ପିସିଆର କର୍ମଚାରୀ ଆଉ ବିଳମ୍ବ କରିବ ନାହିଁ ବୋଲି ଆଶା ରଖିଛନ୍ତି ଲୋକେ ।