ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରୁଥିଲା ଗୋପାଳ । କନକ ନ୍ୟୁଜ୍ ହାତରେ ଲାଗିଲା ଏକ୍ସକ୍ଲୁସିଭ୍ ଭିଡିଓ । ଦେଖନ୍ତୁ, ସେହି ଭିଡିଓ…

1,059

କନକ ବ୍ୟୁରୋ: ଦିବଙ୍ଗତ ମନ୍ତ୍ରୀ ତଥା ଝାରସୁଗୁଡାର ବିଧାୟକ ନବ ଦାସଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ନିଜର ତଦନ୍ତ ଚଳାଇଥିବାବେଳେ, ନବଙ୍କୁ ଗୋପାଳ କାହିଁକି ହତ୍ୟା କଲା ସେ ନେଇ ଛାନଭିନ୍ ଚାଲିଛି । ହେଲେ ଏହାରି ଭିତରେ କନକ ନ୍ୟୁଜ୍ ହାତରେ ଲାଗିଛି ଗୋପାଳ ଗୁଳି ମାରୁଥିବାବେଳର ଏକ୍ସକ୍ସୁସିଭ୍ ଭିଡିଓ ।

ଏହି ଭିଡିଓରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ପାଖକୁ ଆସି ଗୁଳି ମାରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ନବ ଦାସଙ୍କ ପାଖକୁ ଯାଇ ବନ୍ଧୁକକୁ ବାହାର କରିବା ସହିତ ଗୋପାଳ ଗୁଳି କରୁଛି । ତେବେ ଏହାର ପରର ଘଟଣା କଣ ଥିଲା ତାହା ସମସ୍ତଙ୍କୁ ଜଣା । ସେଦିନ ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳି ମାରିବା ପରେ ନବ ଦାସଙ୍କ ଛାତିରେ ଗୁଳି ବାଜିଥିଲା । ଏହାପରେ ପ୍ରଚୁର ରକ୍ତସ୍ରାବ ହେବା ଯୋଗୁ ମନ୍ତ୍ରୀ ନବ ଦାସ ଆଖି ବୁଜିଥିଲେ । ହେଲେ ଏ ଘଟଣାର ଦୀର୍ଘ ଦିନ ପରେ ଏବେ ସେହି ଭିଜୁଆଲ୍ କନକ ନ୍ୟୁଜ୍ ହାତରେ ଲାଗିଛି ।