ଦୁର୍ବଳ ହେଉଛି ପାକିସ୍ତାନର ଅର୍ଥନୀତି । ପରମାଣୁ ଅସ୍ତ୍ର ବିକିବାକୁ ପରାମର୍ଶ ଦେଲେ ପ୍ରତିରକ୍ଷା ବିଶେଷଜ୍ଞ ।

258

କନକ ବ୍ୟୁରୋ: ପାକିସ୍ତାନରେ ଆର୍ଥିକ ସ୍ଥିତି ଲଗାତାର ଦୁର୍ବଳ ହେବାରେ ଲାଗିଛି । ଏଥିପାଇଁ ପାକିସ୍ତାନକୁ ସବୁଠି ଲଜ୍ଜିତ ହେବାକୁ ମଧ୍ୟ ପଡ଼ୁଛି । ପାକିସ୍ତାନରେ ଏବେ ସ୍ଥିତି ଏପରି ହୋଇଛି ଯେ ଦେଶ ଏବେ ତା’ର ସବୁଠାରୁ ବଡ଼ ଅସ୍ତ୍ର କହୁଥିବା ନ୍ୟୁକ୍ଲିୟର ବା ପରମାଣୁ ଅସ୍ତ୍ରଶସ୍ତ୍ରକୁ ବିକ୍ରି କରିବାକୁ ମନସ୍ଥ କରିଛି । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଶର ପ୍ରତିରକ୍ଷା ବିଶେଷଜ୍ଞ ଜୈଦ ହମିଦ୍ ପାକିସ୍ତାନକୁ ପରମାଣୁ ଅସ୍ତ୍ରଶସ୍ତ୍ର ଅନ୍ୟ ଦେଶଗୁଡ଼ିକୁ ବିକ୍ରି କରିବାକୁ ପରାମର୍ଶ ଦେଉଛନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇସାରିଛୁ । ଯଦି ଆବଶ୍ୟକ ପଡ଼ୁଛି, ତାହେଲେ ନିଜର ନ୍ୟୁକ୍ଲିୟର ଓ ମିଜାଇଲକୁ ଏକ୍ସପୋର୍ଟ କରିପାରିବେ । ଯଦି ପାକିସ୍ତାନ ସାଉଦି ଆରବ, ଇରାନ ଓ ତୁର୍କୀକୁ ପ୍ରସ୍ତାବ ଦିଅନ୍ତି, ତାହେଲେ ଦେଶର ଆର୍ଥିକ ସ୍ଥିତି ସୁଧାରିପାରିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମ ପାଖରେ ୧୫୦ ନ୍ୟୁକ୍ଲିୟର ଯୁଦ୍ଧାସ୍ତ୍ର ଅଛି । ଏଥିରୁ ଆମେ ଯଦି ୫ଟି ସାଉଦିକୁ ବିକ୍ରି କରିବୁ, ତେବେ ଆମ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

ପାକିସ୍ତାନ ପରମାଣୁ ଅସ୍ତ୍ରରେ କେତେ ଦମ୍?

  • ପାକିସ୍ତାନ ପାଖରେ ରହିଛି ୧୬୫ ପରମାଣୁ ଅସ୍ତ୍ର
  • ଭାରତ ପାଖରେ ପାକିସ୍ତାନ ଠାରୁ କମ୍ ପରମାଣୁ ଅସ୍ତ୍ର
  • ଭାରତ ପାଖରେ ରହିଛି ୧୬୦ ପରମାଣୁ ଅସ୍ତ୍ର
  • ପାକିସ୍ତାନ ତୁଳନାରେ ଭାରତରେ ଟ୍ରାନ୍ସପୋର୍ଟେସନ୍ ଓ ଲଞ୍ଚ ପ୍ୟାଡ୍ ଅଧିକ
  • ୧୯୯୯ କାରଗିଲ ଯୁଦ୍ଧରେ ମୁତୟନ ହୋଇଥିଲା ପରମାଣୁ
  • ୧୯୯ରେ ଭାରତ ‘ନୋ ଫଷ୍ଟ ୟୁଜ’ ପରମାଣୁ ନୀତି ଘୋଷଣା କରିଥିଲା
  • ଅର୍ଥାତ୍ ଭାରତ କେବେବି ଆଟୋମିକ୍ ଅସ୍ତ୍ରଶସ୍ତ୍ରର ପ୍ରଥମେ ବ୍ୟବହାର କରିପାରିବ ନାହିଁ
  • ପାକିସ୍ତାନରେ ପରମାଣୁ ଅସ୍ତ୍ର ବ୍ୟବହାର ନେଇ କୌଣସି ନିୟମ ନାହିଁ
  • ପରମାଣୁ ଅସ୍ତ୍ରର ପ୍ରୟୋଗ ପାକିସ୍ତାନର ନେତା ଓ ଉଚ୍ଚପଦସ୍ଥ ସେନାଙ୍କ ଉପରେ ନିର୍ଭର କରିଥାଏ
  • ଦୁନିଆରେ ସବୁଠାରୁ ଅଧିକ ପରମାଣୁ ରୁଷ୍ ପାଖରେ ରହିଛି
  • ରୁଷ୍ ପାଖରେ ୫ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଛି
  • ଆମେରିକା ପାଖରେ ମଧ୍ୟ ୫ହଜାରରୁ ଅଧିକ ପରମାଣୁ ଅସ୍ତ୍ର ରହିଛି