ଛେଳି କ୍ଷୀର ପିିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର, ଜାଣନ୍ତୁ !

80

ଭାରତରେ ଗ୍ରାମୀଣ ଅଞ୍ଚଳରେ ଏବେ ବି ଅନେକ ଲୋକ ଛେଳି କ୍ଷୀର ପିଉଛନ୍ତି । ସେମାନଙ୍କ ହିସାବରେ ଗାଈ କ୍ଷୀର ଓ ମଇଁଷି କ୍ଷୀର ଛେଳି କ୍ଷୀର ଠାରୁ ମଧ୍ୟ ଅଧିକ ଲାଭପ୍ରଦ । କିନ୍ତୁ ସହରର ଲୋକମାନେ ଗାଈ କ୍ଷୀର ପିଇବା ସହ ଛେଳି କ୍ଷୀର ପିଇବା ଉଚିତ ନୁହେଁ କି ବୋଲି ସଂଶୟରେ ଥାଆନ୍ତି ।

ଯଦି ଆପଣ ମଧ୍ୟ ଏନେଇ ଚିନ୍ତାରେ ଅଛନ୍ତି, ତେବେ ଆମେ ଆଜି ଏନେଇ ବିସ୍ତାରରେ ଆଲୋଚନା କରିବା । ଛେଳି କ୍ଷୀରରେ ବହୁଳ ପରିମାଣର କ୍ୟାଲସିୟମ ମହଜୁଦ ଥାଏ । ଏକ ଗ୍ଲାସ୍ ଛେଳି କ୍ଷୀରରେ ୧୦ ଗ୍ରାମ୍ ପ୍ରୋଟିନ୍, ୨୭ ମିଲିଗ୍ରାମ୍ କଲେଷ୍ଟୋରେଲ, ୧୧ ଗ୍ରାମ କାର୍ବୋହାଇଡ୍ରେଟ ଓ ୬.୩ ଗ୍ରାମ ଫ୍ୟାଟ୍ ମହଜୁଦ ଥାଏ । ଏହା ବ୍ୟତୀତ ଛେଳି କ୍ଷୀରରେ ସେଲେନିୟମ୍, ଜିଙ୍କ, କପର, ପୋଟାସିୟମ ଓ ମାଗ୍ନେସିୟମ୍ ଭରପୁର ମାତ୍ରାରେ ଥାଏ ।

ଛେଳି କ୍ଷୀର ହୃଦୟ ପାଇଁ ବହୁତ ହିତକର । ଯଦି ଆପଣ ଗାଈ କ୍ଷୀର କିମ୍ବା ମଇଁଷୀ କ୍ଷୀର ସହ ଛେଳି କ୍ଷୀରକୁ ତୁଳନା କରିବେ, ତେବେ ଏଥିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥାଏ । ତେଣୁ ପ୍ରତିଦିନ ଛେଳି କ୍ଷୀର ସେବନ ଦ୍ୱାରା ହାଡ଼ ମଜମୁତ ହୋଇଥାଏ । କେବଳ ହାଡ଼ ପାଇଁ ନୁହଁ ଛେଳି କ୍ଷୀର ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ । ଯଦି ଆପଣ ପ୍ରତିଦିନ ଏକ ଗ୍ଲାସ୍ ଛେଳି କ୍ଷୀର ପିଅନ୍ତି, ତେବେ ଆପଣଙ୍କ ତ୍ୱଚାରେ ମଧ୍ୟ ଚମକ ଆସିବ ।