ଆଜି ୩ଟି ରାଜ୍ୟରେ ଭୋଟ୍ : ୟୁପିରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ମତଦାନ

ସେପଟେ ଉତରାଖଣ୍ଡ ଓ ଗୋଆରେ ସବୁ ଆସନ ପାଇଁ ମତାଧିକାର ସାବ୍ୟସ୍ତ କରିବେ ଜନତା

119

କନକ ବ୍ୟୁରୋ : ଉତର ପ୍ରଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହାସହ ଉତରାଖଣ୍ଡ ଓ ଗୋଆରେ ମତଦାନ ହେବ । ଏ ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବ । ୟୁପିରେ ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ପାଇଁ ଭୋଟ ପଡ଼ିବ । ୯ଟି ଜିଲ୍ଲାରେ ହେବାକୁ ଥିବା ନିର୍ବାଚନରେ ୫୮୬ ପ୍ରାର୍ଥୀ ଥିବା ବେଳେ, ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ଭୋଟର । ପ୍ରାୟ ୧୭ ହଜାର ପୋଲିଂ ବୁଥରେ ଭୋଟିଂ ହେବ ।

ସେପଟେ ଉତରାଖଣ୍ଡରେ ନିର୍ବାଚନ ହେବ । ମୋଟ୍ ୭୦ଟି ଆସନ ପାଇଁ ୬ ଶହରୁ ଅଧିକ ପ୍ରାର୍ଥୀ ଏଥର ମୈଦାନରେ ଅଛନ୍ତି । ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର । ସେହିପରି ଗୋଆରେ ୪୦ଟି ଯାକ ବିଧାନସଭା ଆସନ ପାଇଁ ମତଦାନ କରାଯିବ । ମୋଟ୍ ୩୦୧ ଜଣ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି । ତେବେ ସବୁଠୁ ଅଧିକ ନଜର ରହିଛି ଉତର ପ୍ରଦେଶ ଉପରେ । ଏଠାରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମାର୍ଚ୍ଚ ୧୦ରେ ଏସବୁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।