ଏଗଜିଟ ପୋଲକୁ ନେଇ ପାକିସ୍ତାନ ଛାନିଆ: ସେପଟେ ମଜଭୁତ କୂଟନୀତି ସମ୍ପର୍କକୁ ନେଇ ଚୀନ ଆଶାୟୀ

338

କନକ ବ୍ୟୁରୋ: ଆଉ କିଛି ଘଂଟାର ଅପେକ୍ଷା । ସାମ୍ନାକୁ ଆସିବ ଗଣତନ୍ତ୍ରର ସବୁଠୁ ବଡ ପର୍ବର ଫଳାଫଳ । ଏହାକୁ ନେଇ ଦେଶବାସୀ ଯେତିକି ଉତ୍ସାହ ଓ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ପଡୋଶୀ ଦେଶ । ସବୁଠୁ ବଡ କଥା ହେଉଛି ଭାରତର ନିର୍ବାଚନି ଏଗଜିଟ ପୋଲ ଦେଖି ପାକିସ୍ତାନ ଛାନିଆ ହୋଇପଡିଛି । ପାକିସ୍ତାନ କହିଛି ଯଦି ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପାକିସ୍ତାନ ପ୍ରତି ଆକ୍ରମଣାତ୍ମକ ନୀତି ଆପଣାଇବେ । ସେପଟେ କିନ୍ତୁ ଚୀନର ସ୍ୱର ବଦଳୁଥିବା ଦେଖିବାକୁ ମିଳିଛି । ଚୀନର ମୁଖପାତ୍ର ଗ୍ଲୋବାଲ ଟାଇମସରେ କୁହାଯାଇଛି ଯଦି ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ ଓ ଚୀନର ବନ୍ଧୁତା ମଜଭୁତ ହେବ ।ବୈଦେଶିକ ନୀତି ଓ କୁଟନୀତି ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ ବୋଲି ଆଶା ରଖିଛି ଚୀନ । ସେହିପରି ବିଟ୍ରେନ ଖବରକାଗଜ ଦ ଗାର୍ଡିୟନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏଥରକ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରି ଇତିହାସ ରଚିବାକୁ ଯାଉଛି । ସେହିପରି ରୁଷର ପ୍ରମୁଖ ନ୍ୟୁଜ ଚ୍ୟାନେଲ ରୁଷିଆ ଟିଭି ଏଗଜିଟ ପୋଲ ଉପରେ ପ୍ରତିକ୍ରିୟା ରଖିଛି । ମୋଦୀ ପୁଣି ଥରେ ଇତିହାସ ରଚିବ ବୋଲି ବ୍ରିଟେନ ଆଶା କରୁଛି । ବାଙ୍ଗାଲାଦେଶ, ସାଉଦିଆରବ, ତୁର୍କୀ ଓ ଅନ୍ୟ କିଛି ଦେଶମାନେ ଏଗଜିଟ ପୋଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।