ଜୟରାମ ରମେଶଙ୍କ ଅନୁରୋଧକୁ ମାନିଲେନି ନିର୍ବାଚନ କମିଶନ: ଆଜି ସୁଦ୍ଧା ପ୍ରମାଣଭିତିକ ତଥ୍ୟ ଦେବାକୁ ନିର୍ଦ୍ଦେଶ

781

କନକ ବ୍ୟୁରୋ: ନୋଟିସ ଦିଆଯିବା ସହ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ମୁଖ୍ୟ ନିର୍ବାଚନ କମିଶନ । ଭିତିହୀନ ଦାବି, ଅଭିଯୋଗ ଦ୍ୱାରା ସହେନ୍ଦ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ।ଏଥିରୁ ଦୂରେଇ ରହିବାକୁ ଓ ଭାବି ବିଚାରି ଏଭଳି ବୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଇସି । ଭୋଟଗଣତି ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ପ୍ରାୟ ଦେଢ଼ଶହ ଜିଲ୍ଲାପାଳଙ୍କୁ ଫୋନ କରି ପ୍ରଭାବିତ କରୁଥିବା ଅଭିଯୋଗ କରିଛନ୍ତି ଜୟରାମ ରମେଶ ।

ଭୋଟ ଗଣତି ପୂର୍ବରୁ କଂଗ୍ରେସ-ବିଜେପି ବିବାଦ ମଧ୍ୟରେ ମୁଣ୍ଡ ପୁରାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ବିବାଦୀୟ ବୟାନକୁ ନେଇ କଂଗ୍ରେସ ନେତା ଜୟରାମ ରମେଶଙ୍କୁ ରବିବାର ନୋଟିସ୍ ଜାରି କରିଛି ନିର୍ବାଚନ କମିଶନ । ଅମିତ ଶାହା ୧୫୦ ଜିଲ୍ଲାପାଳଙ୍କୁ ଫୋନ କରି ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଥିଲେ ଜୟରାମ । ଯାହା ଉପରେ ଜବାବ ମାଗିଛନ୍ତି ନିର୍ବାଚନ କମିଶନ । ଏହି ଅଭିଯୋଗ ସମ୍ପର୍କୀତ ପୁରା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଇସି । ଏଥିସହ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଇସି ଜାରି କରିଥିବା ନୋଟିସ୍ କହିଛନ୍ତି, କୋଣସି ଜିଲ୍ଲାପାଳ ଅବା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କାହା ଦ୍ୱାରା ପ୍ରଭାବିତ ନୁହଁନ୍ତି । ଏକ ଜାତୀୟ ପାର୍ଟିର ବରିଷ୍ଠ ଏବଂ ଉତରଦାୟୀ ନେତା ଭାବେ ଜନସାଧାରଣ ଆଗରେ ଭୋଟ ଗଣତି ପୂର୍ବରୁ ଏହା ଉପରେ ତଥ୍ୟ ଦେବା ଆବଶ୍ୟକ । ଶନିବାର ଜୟରାମ କହିଥିଲେ ୧୫୦ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ଙ୍କୁ ଅମିତ ଶାହା ଫୋନ କରିଥିବା ଦାବି କରିଥିଲେ । ପରାଜୟ ଭୟରେ ବିଜେପି ହତାଶ ହୋଇପଡିଛି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତାଙ୍କ ସାଂଘାତିକ ଅଭିଯୋଗ ଏବେ ଚର୍ଚ୍ଚାରେ ରହିଛି । ସେପଟେ ନିର୍ବାଚନ କମିଶନ ଜୟରାମ ରମେଶଙ୍କୁ ଏଭଳି ଭିତିହୀନ ଅଭିଯୋଗରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।