କାଲିମେଳାରେ ଡାକ୍ତରଙ୍କୁ ଅପହରଣ: ଅପହରଣ ପଛରେ ମାଓବାଦୀ ନା ଅନ୍ୟ କାରଣ?

92

କନକ ବ୍ୟୁରୋ: ଦୁଇ ଦିନ ହେଲା ମିଳୁନି ପୁଅର ପତ୍ତା । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କ ସଂପର୍କରେ କୌଣସି ସୂଚନା ନପାଇ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ପରିବାର ଲୋକ । ପୁଅର ପତା ମିଳୁନଥିବା ବେଳେ ତାଙ୍କ ବାଆଜି ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅମ୍ଲାନଙ୍କ ବାପା, ମାଆ, ମାମୁ ଓ ଭଉଣୀ । ଅପହରଣର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଅମ୍ଲାନଙ୍କୁ ଉଦ୍ଧାର କରିବାକୁ ତଦନ୍ତ ଚଳାଇଛି ।

ଦୁଇ ଦିନ ହେଲା ମିଳୁନି ପୁଅର ପତ୍ତା । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କ ସଂପର୍କରେ କୌଣସି ସୂଚନା ନପାଇ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ପରିବାର ଲୋକ । ପୁଅର ପତା ମିଳୁନଥିବା ବେଳେ ତାଙ୍କ ବାଆଜି ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅମ୍ଲାନଙ୍କ ବାପା, ମାଆ, ମାମୁ ଓ ଭଉଣୀ । ଅପହରଣର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଅମ୍ଲାନଙ୍କୁ ଉଦ୍ଧାର କରିବାକୁ ତଦନ୍ତ ଚଳାଇଛି ।

ଡାକ୍ତର ଅମ୍ଲାନ କୁମାର ଭୋଇ
କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଶନିବାର ରାତିରୁ ଡାକ୍ତର ଅମ୍ଲାନ କୁମାର ଭୋଇ ତାଙ୍କ ସରକାରୀ କ୍ୱାର୍ଟସରୁ ନିଖୋଜ ହୋଇଯାଇଛନ୍ତି । କାଲିମେଳା ଥାନାରେ ଏ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅମ୍ଲାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୁଲିସ କ୍ୱାର୍ଟରରୁ କିଛି ଦାବି ସମ୍ବଳିତ ପୋଷ୍ଟର ଓଚିଠି ଜବତ ହୋଇଛି । ତେଣୁ ଅପହରଣ ପଛରେ ମାଓବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅମ୍ଲାନଙ୍କ ବାପା ମା ବି ଏ ନେଇ କନ୍ଧମାଳ ଏସପିଙ୍କୁ ଜଣାଇବା ପରେ ଆଜି ମାଲକାନଗିରି ଏସପି ଓ ଜିଲ୍ଲାପାଲଙ୍କୁ ଭେଟି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସରକାରୀ କ୍ୱାର୍ଟସ ଭିତରେ ଡାକ୍ତରଙ୍କ ମୋବାଇଲ ଓ ଘର ବାହାରେ ବାଇକ ରହିଥିବା ଦେଖିବାକୁ ମିଳିଛି ।

ଅମ୍ଲାନଙ୍କ ଘର କନ୍ଧମାଳ ଜିଲ୍ଲା ଟିକାବାଲିର ଭୋଇସାହିରେ । ପ୍ରାୟ ୫ ମାସ ତଳେ ସେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ । ଶୁକ୍ରବାରଦିନ ସୁକୁମାର ଜଣେ ମହିଳାଙ୍କ ମୃତଦେହ ପୋଷ୍ଟମର୍ଟମକୁ ନେଇ ମୃତ ମହିଳାଙ୍କ ସମ୍ପର୍କୀୟଙ୍କ ସହ ଅମ୍ଲାନଙ୍କ ପାଟିତୁଣ୍ଡ ହୋଇଥିଲା । ତେଣୁ ଏହି ଘଟଣାକୁ କେନ୍ଦ୍ରକରି ବି ଡାକ୍ତରଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଘଟଣା ପଛରେ ମାଓବାଦୀ ନା ଅନ୍ୟ କିଛି କାରଣ ତାହା ସ୍ପଷ୍ଟ ହୋଇନାହିଁ । ଅମ୍ଲାନଙ୍କ ନିଖୋଜ ନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି । ପୁଲିସ ବି ଛାନଭିନ ଆରମ୍ଭ କରିଛି ।

କୁହାଯାଉଛି, ଡାକ୍ତର ଅମ୍ଲାନ ଭୋଇ ଟଙ୍କା ଧାରକରଜକୁ ନେଇ ବି ଚିନ୍ତାରେ ଥିଲେ । ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ ବି ଏହା ଅଗ୍ରାହ୍ୟ ହୋଇଥିଲା । ତେଣୁ ପ୍ରଶ୍ନ ଉଠୁଛି,
-ନିଖୋଜ ପଛରେ ମାଓବାଦୀ ନା ବ୍ୟକ୍ତିଗତ କାରଣ ରହିଛି?
-କୌଣସି ଚାପରେ ଥିଲେ କି ଡାକ୍ତର?
-ମୋବାଇଲ କାହିଁକି ଛାଡିଲେ ଡାକ୍ତର?