ଚର୍ଚ୍ଚାରେ ଦୃଷ୍ଟି ବାଧିତ ଗୋବିନ୍ଦ ନାଇଡୁ : ୬୦ ପିଲାଙ୍କୁ ମାଗଣାରେ ଦେଉଛନ୍ତି ସଙ୍ଗୀତ ଶିକ୍ଷା

95

କନକ ବ୍ୟୁରୋ : ନିଜେ ଦ୍ରୁଷ୍ଟିହୀନ ହେଲେ ବି ଅନ୍ୟକୁ ଦେଖାଉଛନ୍ତି ବାଟ । ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟର ଗୋବିନ୍ଦ ନାୟିଡୁ । ସ୍ଥାନୀୟ ଏକ କ୍ଲବରେ ମାଗଣାରେ ୫୦ରୁ ଅଧିକ ପିଲାଙ୍କୁ ଗୀଟାର ଓ କ୍ୟାସିଓ ବଜାଇବା ସହ ଗୀତ ଶିଖାଉଛନ୍ତି ଗୋବିନ୍ଦ ସାର । କୋରାପୁଟ ଜିଲ୍ଲା ଢ଼େପସାହିର ଏକ ଭଡା ଘରେ ନିଜ ପତ୍ନୀଙ୍କ ସହିତ ରହୁଛନ୍ତି ଦୃଷ୍ଟି ହୀନ ବ୍ୟକ୍ତି ଗୋବିନ୍ଦ ନାୟୁଡୁ ।

ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିଲେ ମଧ୍ୟ ସଂଗୀତ ପାଇଁ ତାଙ୍କର ଅନେକ ରୁଚି ରହିଛି । ଛୋଟ ବେଳୁ ଗୀଟାର, କ୍ୟାସିଓ ବଜାଇ ଓଡ଼ିଆ ସଂଗୀତ ଠାରୁ ଆରମ୍ଭ କରି ବଲିଉଡ ଗୀତ ଗାଇବା ଆରମ୍ଭ କରିଥିଲେ । ନିଜେ ଦୃଷ୍ଟିହୀନ ହୋଇଥିଲେ ବି ୬୦ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଇ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଗୋବିନ୍ଦ । ସ୍ଥାନୀୟ ଢ଼େପ ସାହିରେ ଥିବା ଏକ କ୍ଲବ ଘରେ ପିଲାଙ୍କୁ ଗୀଟାର, କ୍ୟାସିଓ ଶିଖାଇବା ସହିତ ଗୀତ ବି ଶିଖାଉଛନ୍ତି ।

ବିଶିଷ୍ଟ କଣ୍ଠଶୀଳ୍ପୀ ଅକ୍ଷୟ ମହାନ୍ତିଙ୍କ ଗୀତ ଠାରୁ ଆରମ୍ଭ କରି ବଲିଉଡ଼ ନାମିଦାମୀ କଳାକାରଙ୍କ ଗୀତକୁ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ସେ ଦୃଷ୍ଟି ହୀନ ବିଦ୍ୟାଳୟରେ ୨୦୦୩ ମସିହାରେ ସଙ୍ଗୀତ ଶିକ୍ଷା ଶେଷ କରିଥିଲେ । ପରେ ୨୦୧୫ ରେ ନିଜେ ନିଜକୁ ପ୍ରତିଷ୍ଠା କରିବା ପାଇଁ ମେଲୋଡି ଗୀତ ଗାଇବା ଆରମ୍ଭ କରିଥିଲେ । ପରେ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଶିଖାଇବା ଆରମ୍ଭ କରିଥିଲେ ଗୋବିନ୍ଦ । ଏବଂ ଏଥିରୁ ତାଙ୍କୁ ଆତ୍ମ ସନ୍ତୋଷ ମିଳୁଥିବା କହିଛନ୍ତି ଗୋବିନ୍ଦ ।