ରୋଚକ ହେଉଛି ରାଜସ୍ଥାନର ରାଜନୀତି: ଦିଲ୍ଲୀରେ ସୋନିଆ କରିବେ ରାଜସ୍ଥାନ ସଙ୍କଟର ସମାଧାନ 

117

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ସଂକଟ ଗମ୍ଭୀର ହେବାରେ ଲାଗିଛି । ଗତକାଲିଠୁ ଆରମ୍ଭ ହୋଇଥିବା ହାଇଡ୍ରାମା ଏବେ ବି ଜାରି ରହିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ କଂଗ୍ରେସ ପାଇଁ ଅଡୁଆ ବଢାଇଛି । ରାଜସ୍ଥାନ ରାଜନୈତିକ ସଂକଟର ସମାଧାନ ପାଇଁ ଜୟପୁରରେ ଅଛନ୍ତି କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଓ ଅଜୟ ମାକନ । ହେଲେ ସମାଧାନର ବାଟ ଏବେ ବି ବାହାରି ପାରିନାହିଁ । ବୁଝାମଣା ହୋଇପାରୁନଥିବାରୁ ରାଜସ୍ଥାନ ସଂକଟରେ ଏବେ କମଲନାଥଙ୍କ ଏଂଟ୍ରି ହୋଇଛି । ରାଜସ୍ଥାନ ସଂକଟର ମୁକାବିଲା ପାଇଁ ଦିଲ୍ଲୀରେ ମାନସ ମନ୍ଥନ କରିବାକୁ ହାଇକମାଣ୍ଡ କମଲନାଥ ଓ କେସି ବେଣୁଗୋପାଳଙ୍କୁ ଡାକିଛନ୍ତି । ଆଗକୁ ଗେହଲଟ ଓ ପାଇଲଟ ଗୋଷ୍ଠୀଙ୍କ ସହ ଆଲୋଚନା କରିବେ କମଲ ନାଥ । ସେପଟେ ଗେହଲଟ ଗୋଷ୍ଠୀଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ହୋଇଛି କଂଗ୍ରେସ କାର୍ଯ୍ୟକାରିଣୀ କମିଟି । ଗେହଲଟଙ୍କୁ ସିଡବ୍ଲୁସିରୁ ବାହାର କରିବାକୁ କମିଟି ସୁପାରିଶ କରିଥିବା ସୂଚନା ମିଳିଛି । ଗତ ୨୫ ତାରିଖରୁ ରାଜସ୍ଥାନ ସଂକଟ ଆରମ୍ଭ ହୋଇଥିଲା । ଗେହଲଟ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ତାଙ୍କ ସ୍ଥାନ ନେଇଥାନ୍ତେ ସଚିନ ପାଇଲଟ । ଏହାର ନିଷ୍ପତି ନେବାକୁ ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ଡକା ଯାଇଥିଲା । ହେଲେ ସଚିନ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକାର ନକରି ବୈଠକରେ ସାମିଲ ହୋଇନଥିଲେ ଗେହଲତ ଗୋଷ୍ଠୀ । ଆଉ ୯୨ ଜଣେ ଗେହଲଟ କ୍ୟାମ୍ପର ବିଧାୟକ ଇସ୍ତଫା ଦେଇ ବିଧାନସଭାର ବାଚସ୍ପତିଙ୍କୁ ଭେଟିଥିଲେ ।  ଏବେ ପାଇଲଟଙ୍କ ସପ କ୍ଷରେ ୨୫ରୁ ୨୬ ଜଣ ବିଧାୟକ ଥିବା ଚର୍ଚ୍ଚା ହେଉଛି ।

ରାଜସ୍ଥାନର ରାଜନୈତିକ ସଂକଟ

ଗେହଲଟ ବନାମ ପାଇଲଟ

– କିଏ ହେବ ରାଜସ୍ଥାନର ପରବର୍ତି ମୁଖ୍ୟମନ୍ତ୍ରୀ ?

– ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ

– ବିଦ୍ରୋହ କଲେଣି କଂଗ୍ରେସ ବିଧାୟକ

– ଗେହଲଟ ଗୋଷ୍ଠୀର ୯୨ ବିଧାୟକ ଇସ୍ତଫା ଦେଇଛନ୍ତି

– ରାଜସ୍ଥାନ ସଂକଟର ମୁକାବିଲା ପାଇଁ ଦିଲ୍ଲୀରେ ମାନସ ମନ୍ଥନ

– କମଲନାଥ ଓ କେସି ବେଣୁଗୋପାଳଙ୍କୁ ଦିଲ୍ଲୀ ଡାକରା

– ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନେବେ ଚୂଡାନ୍ତ ନିଷ୍ପତି

– ୨୫ ତାରିଖରୁ ଆରମ୍ଭ ହେଲା ରାଜନୈତିକ ସଂକଟ

– କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ଗେହଲଟଙ୍କ ଘୋଷଣା

– ରାଜସ୍ଥାନ ରାଜନୈତିକ ହଟଚମଟ ପଛରେ ଅଶୋକ ଗେହଲଟ?

– ରାଜସ୍ଥାନ ସମ୍ଭାଳିପାରୁନଥିବା ବ୍ୟକ୍ତି ଦଳ କେମିତି ସମ୍ଭାଳିବେ ?