ପରଲୋକରେ ଗୀତା ମେହେଟା : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ

122

କନକ ବ୍ୟୁରୋ : ଗୀତା ମେହେଟାଙ୍କ ମୃତ୍ୟୁ ପରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୀତା ପରିବେଶ ସୁରକ୍ଷା ଏବଂ ଜଳ ସରଂକ୍ଷଣ ପାଇଁ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗୀତା ବହୁପ୍ରତିଭାର ଅଧିକାରୀ ଥିଲେ ବୋଲି କହିଛନ୍ତି ମୋଦୀ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱୀନୀ ବୈଷ୍ଣବ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଶୋକପ୍ରକାଶ କରିଛନ୍ତି । ଜଣେ ଲେଖିକା ଏବଂ ଚଳଚିତ୍ର ନିର୍ମାତାଙ୍କୁ ଆମେ ହରାଇଛି ବୋଲି କହିଛନ୍ତି ଅଶ୍ୱୀନୀ ବୈଷ୍ଣବ ।