ଆଜି ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ । ଜନ୍ମଦିନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହେବ ଶୁଭାରମ୍ଭା ଦ୍ୱାରକାରେ ୟଶୋଭୂମିର ଉଦଘାଟନ କରିବେ ମୋଦୀ

134

କନକ ବ୍ୟୁରୋ : ଆଜି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଜେପି । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନେକ ବିଦେଶୀ ନେତା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ବିଜେପି ଶାସିତ ଅଂଚଳରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର ୱଡନଗରରେ ମୋଦୀଙ୍କ ଜନ୍ମ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆଜି ଉଦଘାଟିତ ହେବ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଂଟରନେସନାଲ କନଭେନସନ ଓ ଏକ୍ସପୋ ସେଂଟର ବା ୟଶଭୂମିର ପ୍ରଇଥମ ଅଂଶ । ସରକାର ଏହାକୁ ୫ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି । ଏହି କନ୍ଭେନସନ ସେଂଟର ୮ ଦଶିମକ ୯ ବର୍ଗଫୁଟରୁ ଅଧିକ ଅଂଚଳରେ ପରିବ୍ୟାପ୍ତ । ଏହା ବିଶ୍ୱର ସବୁଠୁ ବଡ଼ ଏମ୍ଆଇସିଇ ସ୍ଥାନ ମଧ୍ୟରୁ ଅନ୍ୟତମ । ୟଶୋଭୂମିରେ ଏକ ସମ୍ମିଳନୀ କକ୍ଷ, ଅନେକ ପ୍ରଦର୍ଶନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିଛି । ଏହି ସେଂଟରର ବାହାରପଟ ଜି-୨୦ ଥିମ୍ରେ ଡିଜାଇନ କରାଯାଇଛି । ଏଥିରେ ଏକାସଙ୍ଗେ ୧୧ ହଜାରରୁ ଅଧିକ ଲୋକ ବସିପାରିବେ । ଏଥିରେ ୧୫ଟି ସମ୍ମିଳନୀ କକ୍ଷ, ଗ୍ରାଣ୍ଡ ବଲରୁମ୍ ଓ ୧୩ଟି ବୈଠକ ଘର ରହିଛି । ୟଶୋଭୂମିକୁ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସହ ଯୋଡାଯିବ ।