ଚଳନ୍ତା ବସରେ ବିଜେଡି କର୍ମୀଙ୍କୁ ଦୃର୍ବତ୍ତଙ୍କ ୪ ରାଉଣ୍ଡ ଗୁଳିମାଡ଼ : ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

29

କନକ ବ୍ୟୁରୋ : ଚଳନ୍ତା ବସରେ ଗୁଳିମାଡ । ଆଉ ଦୁର୍ବୃତଙ୍କ ଏହି ଗୁଳିମାଡରେ ପ୍ରାଣ ହରାଇଛନ୍ତି ବିଜେଡି କର୍ମୀ । ଆସ୍କା କରଂଜେଇ ଛକରେ ବସ୍ ଭିତରେ ଏହି ଗୁଳିମାଡ ହୋଇଛି । ବ୍ରହ୍ମପୁରରୁ ଆସ୍କା ଯିବାବେଳେ ବସ୍ ଭିତରେ ବିଜେଡି କର୍ମୀଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ । ପ୍ରତାପ ଚନ୍ଦ୍ର ପଲାଇଙ୍କ ମୁଣ୍ଡ, କାନ୍ଧରେ ଏକାଧିକ ଗୁଳି ବାଜିଥିଲା ।

ଗୁରୁତର ପ୍ରତାପଙ୍କର ସଙ୍ଗେ ସଙ୍ଗେ ଆସ୍କା ହସପିଟାଲ ଅଣାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜି ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରୁଛି ପୋଲିସ । ମୃତ ପ୍ରତାପ ପଲାଇଙ୍କ ପତ୍ନୀ, ଆସ୍କାର ଜଣେ ବିଜେଡି କାଉନସିଲର । ତେଣୁ ଗୁଳିକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି ।