ଟି-୨୦ ବିଶ୍ୱକପରେ ଖେଳାଳୀ ଚୟନକୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ: କହିଲେ ବିଶ୍ୱକପରେ ରୋହିତ, କୋହଲି ଓପନିଂ କରିବା ଦରକାର 

455

କନକ ବ୍ୟୁରୋ: ଆଇପିଏଲ ପରେ ଆରମ୍ଭ ହେଉଛି ଟି-୨୦ ବିଶ୍ୱକପ । କିନ୍ତୁ ଏପର୍ଯ୍ୟନ୍ତ  ବିଶ୍ୱକପ ପାଇଁ ଖେଳାଳୀ ଚୟନ କରିନାହିଁ ବିସିସିଆଇ । ଆଇପିଏଲରେ ବହୁ ଖେଳାଳୀ ଭଲ ପଦର୍ଶନ ଜାରି ରଖିଥବା ବେଳେ ଟିମରେ କାହାକୁ ସାମିଲ କରାଯିବ ଏବଂ କେଉଁମାନେ ୧୧ ଜଣିଆ ଟିମରେ ରହିବେ ତାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି କହିଛନ୍ତି, ରୋହିତ ଶର୍ମା ଏବଂ ବିରାଟ କୋହଲି ବିଶ୍ୱକପରେ ଓପନିଂ କରିବା ଦରକାର । କାରଣ ଏହି ଦୁଇ ବ୍ୟାଟର ଟ୍ରେଭିସ୍ ହେଡଙ୍କ ଭଳି ୪୦ ବଲରେ ଶତକ ମାରିପାରିବେ । ରାଜସ୍ଥାନ ବିପକ୍ଷରେ କୋହଲି ୬୭ ବଲରେ ଶତକ ମାରିବାକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା । କିନ୍ତୁ ଗାଙ୍ଗୁଲି କହିଛନ୍ତି କୋହଲି ୪୦ଟି ବଲରେ ଶତକ ମାରିବାର କ୍ଷମତା ରଖିଛନ୍ତି । ପ୍ରଥମରୁ ହିଟ୍ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଲେ ୫-୬ ଓଭରରେ ଠିକ୍ ରନ ହୋଇପାରିବ ବୋଲି କହିଛନ୍ତି ଗାଙ୍ଗୁଲି । ଏଥିସହ ଦୁର୍ଘଟଣା ପରେ ସୁସ୍ଥ ହୋଇ ପଡିଆକୁ ଫେରିଥିବା ୱିକେଟ୍ କିପର ବ୍ୟାଟର ରିଷବ ପନ୍ତଙ୍କୁ ଟି-୨୦ ବିଶ୍ୱକପ୍ ଟିମରେ ସାମିଲ କରିବାକୁ କହିଛନ୍ତି ଗାଙ୍ଗୁଲି । ପନ୍ତ ଏବେ ଭଲ ଫର୍ମରେ ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ ଅଛନ୍ତି ।