ଅପରାଧିକ କାର୍ଯ୍ୟକ୍ରମରେ ଉପସ୍ଥାପନା କରୁ କରୁ ନିଜେ ହୋଇଗଲେ ଅପରାଧୀ । ପାଲଟିଗଲେ ହତ୍ୟାକାରୀ ସ୍ୱାମୀ ।

33

ଟେଲିଭିଜନରେ ଅଭିନୟ ହେଉ ବା କୌଣସି ସୋ’ରେ ଉପସ୍ଥାପନା କରି ଅନେକ ନିଜର ବ୍ୟକ୍ତି ଅଭିନୟରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି, ଏବଂ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି । କିନ୍ତୁ ଏଭଳି କିଛି ଚରିତ୍ର ଅଛନ୍ତି ଯେଉଁମାନଙ୍କ ବିଷୟରେ ଜାଣିଲେ ଛାତି ଥରି ଉଠିବ । ତେବେ ସେହିଭଳି ଏକ ଖବର ମଧ୍ୟ ସାମ୍ନାକୁ ଆସିଛି ।

ଟେଲିଭିଜନ ଦୁନିଆରେ ବେଷ୍ଟ କ୍ରାଇମ ସୋ ‘ଇଣ୍ଡିଆନ ମୋଷ୍ଟ ୱାଣ୍ଟେଡର ହୋଷ୍ଟ ଓ ପ୍ରଯୋଜକ ସୁହେବ ଇଲିୟାସୀଙ୍କୁ ଦିଲ୍ଲୀର କଡ଼କଡଡୁମା କୋର୍ଟ ଶନିବାରକୁ ନିଜ ସ୍ତ୍ରୀ ଅଞ୍ଜୁ ଇଲିୟାସୀଙ୍କ ହତ୍ୟାର ଦୋଷୀ ଭାବେ ଘୋଷଣା କରିଛନ୍ତି । ୨୦ ଡିସେମ୍ବରରେ କୋର୍ଟ ଦଣ୍ଡ ଘୋଷଣା କରିବେ ।

୧୧ ଜାନୁଆରୀ ୨୦୦୦ରେ ସୁହେବଙ୍କ ସ୍ତ୍ରୀ ଅଂଞ୍ଜୁଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ଶରୀରରେ କେତେକ ସ୍ଥାନରେ ଛୁରୀରେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଥିଲା । ସେତେବେଳେ ପୋଲିସ ଏହାକୁ ଆତ୍ମହତ୍ୟା ଭାବେ ଗ୍ରହଣ କରିଥିଲା । ସେହି ସମୟରେ ଅଂଜୁଙ୍କ ବୟସ ୩୦ ବର୍ଷ ଥିଲା ।

ଏହି ଘଟଣାର କିଛି ମାସ ପରେ ଅଂଜୁଙ୍କ ମା ଓ ଭଉଣୀ ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ କେସ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ତାଙ୍କ ଆରୋପ ଥିଲାଯେ ସୁହେବ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ । ଏହାପରେ ଅଂଜୁଙ୍କୁ ଅତ୍ୟାଚାର ଏବଂ ଯୌତୁକ ଅଭିଯୋଗରେ ସୁହେବ ଇଲିୟାସୀଙ୍କୁ ଗିରଫ କରାଯାଇଥିଲା । ସେ ସ୍ତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଅଂଜୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାଗଲାଯେ, କେହି ନିଜକୁ ଛୁରୀରେ ଏଭଳି ଆଘାତ କରିପାରବେ ନାହିଁ । ଏହା ଏକ ସୁପରିକଳ୍ପିତ ହତ୍ୟା ହୋଇପାରେ ।