ମଣିପୁରରେ ପୁଲିସ ଓ ଆତଙ୍କବାଦୀ ମୁହାଁମୁହିଁ : ଆକ୍ରମଣରେ ୨ ପୁଲିସ କର୍ମୀ ସହିଦ ଓ ୬ ଜଣ ଆହତ

27

କନକ ବ୍ୟୁରୋ : ମଣିପୁରରେ ପୁଲିସ ଓ ଆତଙ୍କବାଦୀ ମୁହାଁମୁହିଁ । ଆତଙ୍କବାଦୀଙ୍କ ଆକ୍ରମଣରେ ୨ ପୁଲିସ କର୍ମୀ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଗନ୍ନାପାଳ ଅଂଚଳରେ ଥିବା ପୁଲିସ କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ପୁଲିସ ପକ୍ଷରୁ ମଧ୍ୟ ଆତଙ୍କବାଦୀଙ୍କୁ ମୁହଁତୋଡ୍ ଜବାବ ଦିଆଯାଇଛି ।