ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚ। ସରକାରୀ ସହାୟତାକୁ ଅପେକ୍ଷା। 

67

କନକ ବ୍ୟୁରୋ: ଜରିପାଲ ତଳେ ପୂର୍ବତନ ନାଏବ ସରପଞ୍ଚଙ୍କ ଜୀବନ । ଦିନେ ଲୋକଙ୍କ ସୁଖ ଦୁଃଖର ସାଥୀ ହେଉଥିଲେ । ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଭଲମନ୍ଦରେ ଲୋକଙ୍କ ପାଖରେ ଠିଆ ହୋଇ ସହଯୋଗରେ ହାତ ବଢାଉଥିଲେ । ହେଲେ ଏବେ ସେ ନିଜେ ସହଯୋଗ ଲୋଡୁଛନ୍ତି । ଜରିପାଲ ତଳେ ରହୁଥିବା ବେଳେ ସରକାରୀ ସହାୟତାକୁ ଚାତକ ପରି ଚାହିଁ ରହିଛନ୍ତି ।

ପୁରୀ ସତ୍ୟବାଦୀ ବ୍ଲକ ବିରରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ନରସିଂହ ହୋତା । ଏହି କୁଡିଆ ଭିତରେ ରହୁଛନ୍ତି ନରସିଂହଙ୍କ ପରିବାର । ସରକାରୀ ରାସନ ଚାଉଳ ଓ ୫ଶହ ଟଙ୍କାର ଭତାରେ ପରିବାର ଚଳୁଛି । ପରିବାର କହିଲେ, ସ୍ତ୍ରୀ ଓ ଦୁଇ ଝିଅ । ଜଣେ ଝିଅ ଦଶମରେ ପଢୁଥିବା ବେଳେ ଆଉ ଜଣେ ସପ୍ତମରେ ପଢୁଛନ୍ତି । ବର୍ତମାନ ପୂର୍ବତନ ନାଏବ ସରପଞ୍ଚଙ୍କ ପରିବାର ବହୁ କଷ୍ଟରେ ଚଳୁଛି । ପିଲାଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇ ପାରୁନଥିବା ବାପା ସେମାନଙ୍କ ପାଠ କଥା ଚିନ୍ତା କରି ପାରୁନାହାନ୍ତି ।