ଆରପାରିରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌର ! ୧୪ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ କରିଥିଲେ ସଂଗ୍ରାମ । 

140

ଆରପାରିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌର । ହୃଦଗତି କମ୍ ହେବା କାରଣରୁ ତାଙ୍କ ନିଧନ ହୋଇଯାଇଛି । ବୁଧବାର ସକାଳ ୬.୪୫ ସମୟରେ ନର୍ମଦା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ଗତ ୧୪ ଦିନ ଧରି ଗୌର୍ ହସ୍ପିଟାଲରେ ଭେଣ୍ଟିଲେଟର୍ ସିଷ୍ଟମ୍ ସାହାରାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ମଙ୍ଗଳବାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ରକ୍ତଚାପ କମିବା ସହ ତାଙ୍କ ନାଡି ମଧ୍ୟ କମ୍ ଗତିରେ ଚାଲୁଥିଲା । ଉକ୍ତ ସମୟରେ ଡାକ୍ତର ରାଜେଶ୍ ଶର୍ମା ଗୌରଙ୍କ ବୃକକ୍ କାମ କରୁନଥିବା କଥା ମଧ୍ୟ କହିଥିଲେ ।

ଆପଣଙ୍କୁ କହିରଖୁଛୁ ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌରଙ୍କୁ ଅଗଷ୍ଟ ୭ ତାରିଖରେ ଦିଲ୍ଲୀର ନର୍ମଦା ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ଏହା ପୂର୍ବରୁ ଦିଲ୍ଲୀ ସ୍ଥିତ ମେଦାନା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା ସହ ଏଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା । ୮୯ ବର୍ଷୀୟ ବାବୁଲାଲ୍ ଗୌର ରାଜ୍ୟ ବିଜେପିର ଏକ ବରିଷ୍ଠ ଚେହେରା ଥିଲେ ।