କେନ୍ଦୁଝରରେ ୨ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ନିଲମ୍ବିତ ହେଲେ ଫରେଷ୍ଟର ଓ ଗାର୍ଡ

62

କନକ ବ୍ୟୁରୋ : ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି । ସେମାନେ ହେଲେ ପ୍ରଦୀପ ବାରିକ ଓ ମିତ୍ରଭାନୁ ନାୟକ । କାର୍ଯ୍ୟରେ ଅବହେଳା ପାଇଁ ଆରସିସିଏଫ୍ ଉଭୟଙ୍କୁ ନିଲମ୍ବନ କରିଛନ୍ତି । କେବଳ ସେତିକି ନୁହେଁ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କେନ୍ଦୁଝର ସଦର ରେଞ୍ଜ ଜିଡିଆ କୃଷି କ୍ଷେତ୍ରରେ ଏପରି ଅଘଟଣ ଘଟିଥିଲା । ଗତ ୨୫ ତାରିଖରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିଲା ।