ସଂସଦରେ ରାହୁଲ ଗାନ୍ଧୀଙ୍କୁ ବୈଦେଶିକ ମନ୍ତ୍ରୀଙ୍କ ଟାର୍ଗେଟ: କହିଲେ ରାହୁଲଙ୍କ ନିର୍ଦ୍ଦେଶରେ ଏଲଏସିରେ ମୁତୟନ କରାଯିବନି ସେନା

80

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ଯବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ରାହୁଲ ପୂର୍ବରୁ କହିଥିଲେ, ଚୀନ ଏଲଏସସି ଅତିକ୍ରମ କରୁଥିବା ବେଳେ ସରକାର ନିଦରେ ଶୋଇଛନ୍ତି । ରାହୁଲଙ୍କ ଏହି ଜବାବର ଉତର ରଖି ଜୟଶଙ୍କର କହିଛନ୍ତି, ଯବାନମାନଙ୍କ ପାଇଁ ଏଭଳି ଶଦ୍ଧ ପ୍ରୟୋଗ ଉଚିତ୍ ନୁହେଁ । ରାହୁଲଙ୍କ ନିର୍ଦ୍ଦେଶରେ ସୀମାରେ ଅବା ଏଲଏସିରେ ସେନା ମୁତୟନ କରାଯିବ ନାହିଁ ବୋଲି କହିଛନ୍ତି ଏହି ବିଜେପି ନେତା । ଏଥିସହ ରାହୁଲ ନିଜର ଜ୍ଞାନ ବୃଦ୍ଧି କରନ୍ତୁ ବୋଲି ଜୟଶଙ୍କର କହିଛନ୍ତି । ରାଜନୀତିରେ ସମାଲୋଚନା କରିବାରେ କୌଣସି ଆପତି ନାହିଁ ହେଲେ ଆମ ଯବାନଙ୍କୁ ଅସମ୍ମାନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଭାରତ-ଚୀନ ସେନା ମୁହାଁମୁହିଁ ପରେ ସଂସଦରେ ବିଜେପି ସରକାରଙ୍କୁ ଘେରିଥିଲେ ବିରୋଧୀ । ସୀମା ବିବାଦ ଉପରେ ସରକାର ଆଲୋଚନା କରିବାକୁ ଚାହୁଁନଥିବା ଅଭିଯୋଗରେ କଂଗ୍ରେସ ନେତାମାନେ ବିକ୍ଷୋଭ ପଦର୍ଶନ କରିଥିଲେ । ଏହି ଘଟଣାକୁ ନେଇ ଏବେ ସଂସଦର ଶୀତକାଳୀନ ଅଧିବେସନ ସରଗରମ ହୋଇଛି ।