ସହିଦ ଜୟରାଜଗୁରୁଙ୍କ ଗାଁରେ ଅମୃତ କଳସ ଯାତ୍ରାର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ : ମୁଣ୍ଡରେ ଅମୃତ କଳସ ଧରି ସଂଗ୍ରହ କଲେ ପବିତ୍ର ମାଟି

308

କନକ ବ୍ୟୁରୋ : ସହିଦଙ୍କ ଗାଁରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ପୁରୀ ବୀରହରେକୃଷ୍ଣପୁର ଗଁକୁ ଯାଇଛନ୍ତି ନିର୍ମଳା ସୀତାରମଣ୍ । ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ କଲେ ପରିଦର୍ଶନ । ସେଠାରେ ଅମୃତ କଳା ଯାତ୍ରାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପୁରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏଠାରେ ଆୟୋଜିତ ଏକ ସଭାରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସମ୍ମାନିତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ପରେ ଅର୍ଥମନ୍ତ୍ରୀ ପଂଚ ପ୍ରାଣ ଶପଥ ପାଠ କରାଇଥିଲେ ।