ବନ୍ୟାରେ ଉବୁଟୁବୁ ଶ୍ରୀଲଙ୍କା ! ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ୧୦୦ରୁ ଅଧିକ ନିଖୋଜ

22

କନକ ବ୍ୟୁରୋ: ବନ୍ୟାରେ ଉବୁଟୁବୁ ଶ୍ରୀଲଙ୍କା । ଭାରି ମାତ୍ରାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ୧୦୦ରୁ ଅଧିକ ନିଖୋଜ ହୋଇଯାଇଛନ୍ତି । ଶ୍ରୀଲଙ୍କାର ୭ଟି ଜିଲ୍ଲାରେ ୨୦ ହଜାରୁ ଅଧିକ ଲୋକ ବିସ୍ଥାପିତ ହୋଇଯାଇଛନ୍ତି । ବଡ ବଡ ଗଛ ରାସ୍ତା ଉପରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ବନ୍ୟା ନେଇ ଦୁଃଖ ପ୍ରକାଶ କରିବା ସହ ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି । ଜାହାଜ ଯୋଗେ ବିପନ୍ନଙ୍କ ପାଇଁ ସାମଗ୍ରୀ ପଠାଯାଉଥିବା ମୋଦି ଟୁଇଟ କରି ଜଣାଇଛନ୍ତି । ଶ୍ରୀଲଙ୍କାରେ ପହଂଚି ଭାରତୀୟ ବାୟୁସେନା ଓ ନୌସେନା ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୧୯୭୦ ପରେ ଶ୍ରୀଲଙ୍କାରେ ଏହା ଭାରି ମାତ୍ରାରେ ବର୍ଷା ଓ ବନ୍ୟା ବୋଲି କୁହାଯାଉଛି ।