ସାରା ବିଶ୍ୱରେ ସଂକ୍ରମଣ ବଢୁଥିବାବେଳେ ଭାରତ ପାଇଁ ଆଶ୍ୱସ୍ତିକର ଖବର । ସପ୍ତାହକ ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ପଜିଟିଭ୍ ଚିହ୍ନଟ

131

କନକ ବ୍ୟୁରୋ : ସାରା ବିଶ୍ୱରେ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ ଭାରତ ପାଇଁ ରହିଛି ଆଶ୍ୱସ୍ତିକର ଖବର । ସପ୍ତାହକ ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଏତେ କମ ସଂଖ୍ୟାରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ଦେଶରେ ୪୯ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ସଂକ୍ରମିତଙ୍କ ସଂଖ୍ୟା ୫୫ ହଜାର ୮୨୪ ଥିଲା ।

ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଡିସେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ଦେଶରେ ମୋଟ ୧୯୨୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ନୂଆ ୬୮୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୧୨୪୨ ମୃତକ ପୁରୁଣା ଦିନର ବୋଲିୀ ଜଣାପଡିଛି । ଏବେ ଦେଶରେ କେରଳରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତ ସପ୍ତାହ ଅପେକ୍ଷା ଚଳିତ ସପ୍ତାହରେ କେରଳ ମଧ୍ୟ ସଂକ୍ରମଣ ହାର କମିଛି । ଦିଲ୍ଲୀ ଏବଂ ମହାରାଷ୍ଟ୍ରକୁ ଛାଡିଲେ ଦେଶରେ ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ କରୋନା ସଂକ୍ରମଣ କମୁଥିବା ଦେଖିବାକୁ ମିଳିଛି  ।