ବେଙ୍ଗାଲୁରୁ ବିମାନ ବନ୍ଦର ଢାଞ୍ଚାରେ ରେଳ ଷ୍ଟେସନ । ଅତ୍ୟାଧୁନିକ ଷ୍ଟେସନରୁ ଆରମ୍ଭ ହେଲା ରେଳ ଚଳାଚଳ

456

କନକ ବ୍ୟୁରୋ : ବେଙ୍ଗାଲୁରୁରେ ବିମାନବନ୍ଦର ସଦୃଶ ରେଳଷ୍ଟେସନ୍ । ଅତ୍ୟାଧୁନିକ ରେଳ ଷ୍ଟେସନରୁ ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । ଏହି ରେଳ ଷ୍ଟେସନରୁ ଯାତ୍ରୀମାନେ ବିମାନ ବନ୍ଦରର ଅନୁଭୂତି ପାଇବେ । ବ୍ୟାପାନାହାଲିଠାରେ ୩୧୪ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ସାର ଏମ୍ ବିଶ୍ୱେଶ୍ୱରାୟା ଟର୍ମିନାଲ । ଏହା ହେଉଛି ପ୍ରଥମ ଗ୍ରୀନ୍ ଫିଲ୍ଡ ପ୍ରୋଜେକ୍ଟ ।

ଯାହାକୁ ଭାରତୀୟ ରେଳବାଇ ବିଶ୍ୱ ଶ୍ରେଣୀର ଟର୍ମିନାଲରେ ରୂପାନ୍ତରିତ କରିଛି । ବେଙ୍ଗାଲୁରୁର ବିମାନ ବନ୍ଦର ଢାଞ୍ଚାରେ ଏହି ରେଳ ଷ୍ଟେସନର ନିର୍ମାଣ କରାଯାଇଛି । ରେଳ ଷ୍ଟେସନରେ ସେଂଟ୍ରାଲାଇଜ୍ ଏସି ବ୍ୟବସ୍ଥା ରହିଛି । ଏହି ଷ୍ଟେସନରେ ୭ଟି ପ୍ଲାଟଫର୍ମ ରହିଛି । ସୌର ଶକ୍ତି ପାଇଁ ଏଠାରେ ସୌର ପ୍ୟାନେଲ ବ୍ୟବସ୍ଥା କରାଯାଇଛି ।