ଫିଲ୍ମ ଫ୍ଲପ୍ ପରେ ମୁହଁ ଖୋଲିଲେ କଙ୍ଗନା । କହିଲେ ୨୦୨୨ ଏଯାଏଁ ସରିନି ।

202

କନକ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଧାକଡ୍’ ବକ୍ସ ଅଫିସରେ ସବୁଠୁ ବଡ ଫ୍ଲପ୍ ସାବ୍ୟସ୍ତ ହୋଇଛି । ସବୁଠାରୁ ବଡ ଝଟକା ଲାଗିଛି ଏହାର ପ୍ରଯୋଜକଙ୍କୁ । କାରର ଫିଲ୍ମଟି ଏଯାଏଁ ମୋଟ ଖର୍ଚ୍ଚ ୧୦ ପ୍ରତିଶତ ମଧ୍ୟ ଅସୁଲ କରିପାରିନାହିଁ ।

ଫିଲ୍ମ ‘ଧାକଡ୍’ ଫ୍ଲପ୍ ହେବା ପରେ ସୋସିଆଲ ମିଡିଅରେ କଙ୍ଗନାଙ୍କୁ ଜବରଦସ୍ତ ଟ୍ରୋଲ କରାଯାଉଛି । ଏହି ସମୟରେ କଙ୍ଗନା ନିଜକୁ ବଞ୍ଚାଇବାକୁ ଯାଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ‘ଏଯାଏଁ ୨୦୨୨ ସରିନାହିଁ’ । କଙ୍ଗନା ତାଙ୍କ ପୋଷ୍ଟରେ ନିଜକୁ ବକ୍ସ ଅଫିସର କୁଇନ୍ ବୋଲି ଲେଖିଛନ୍ତି । ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ ୨୦୧୯ରେ ମୁଁ ୧୬୦ କୋଟି ଟଙ୍କାରେ ନିର୍ମିତ ଫିଲ୍ମ ‘ମଣିକର୍ଣ୍ଣିକା’ ଦର୍ଶକଙ୍କୁ ଭେଟିଦେଇଥିଲି । ୨୦୨୦ ମସିହାରେ କରୋନା ସମୟ ଥିଲା । ୨୦୨୧ରେ ମୁଁ ମୋ କାରିଅରର ସବୁଠୁ ବଡ ହିଟ୍ ଫିଲ୍ମ ‘ଥଲାଇବି’ ଭେଟି ଦେଇଥିଲି, ଯାହାକି ଓଟିଟିରେ ରିଲିଜ୍ ହେବା ସତ୍ତେ୍ୱ ଭଲ ବ୍ୟବସାୟ କରିଥିଲା । ମୁଁ ବହୁତ ନକାରାତ୍ମକତାକୁ ସାମନା କରିଛି । ୨୦୨୨ରେ ମୁଁ ‘ଲକଅପ୍’ ହୋଷ୍ଟ କରିଥିଲି । ଏହା ମୋ ପାଇଁ ବ୍ଲକବଷ୍ଟର ଥିଲା । ୨୦୨୨ ସରିନାହିଁ । ଏବେବି ମୋର ଏ ବର୍ଷକୁ ନେଇ ବହୁତ ବହୁତ କିଛି ଆଶା ଅଛି ।