ସମ୍ବଲପୁର : ରେଙ୍ଗାଳି ରେଂଜ ଅନ୍ତର୍ଗତ ମୋରାଗାଁ ଜଙ୍ଗଲ ନିକଟରୁ ଏକ ମାଇହାତୀର ମୃତଦେହ ଉଦ୍ଧାର

23

କନକ ବ୍ୟୁରୋ : ସମ୍ବଲପୁରରୁ ରେଙ୍ଗାଳି ରେଂଜ ଅନ୍ତର୍ଗତ ମୋରାଗାଁ ଜଙ୍ଗଲ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ୧୦ ବର୍ଷର ମାଇହାତୀର ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ତେବେ ହାତୀଟି ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ । ତେବେ ଗତକାଲି ଏହି ସ୍ଥାନରେ ଥିବା ଏକ ଖାଲ ଭିତରେ ଖସି ପଡିଥିଲା ଏକ ହାତୀ ଛୁଆ ।