ମହାରାଷ୍ଟ୍ରରେ ଜନସନ୍ ବେବି ପାଉଡରର ଲାଇସେନ୍ସ ରଦ୍ଦ । ଜାଣନ୍ତୁ କ’ଣ ରହିଛି ପୁରା ମାମଲା

408

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ରାଜ୍ୟରେ ଜନସନ ଆଣ୍ଡ ଜନସନ ବେବି ପାଉଡରର ଲାଇସେନ୍ସ ବାତିଲ କରିଛି । ରାଜ୍ୟରେ ଏହାର ଉତ୍ପାଦନ ଓ ବିକ୍ରୟ ବନ୍ଦ କରିଦେଇଛି।

ଏହାର କାରଣ ହେଉଛି , ମହାରାଷ୍ଟ୍ରରେ ଶିଶୁମାନଙ୍କ ପାଇଁ ଜନସନ୍ ପାଉଡରର ମୂଲ୍ୟ ପିଏଚ ମାନକ ଠାରୁ ଅଧିକ । ମହାରାଷ୍ଟ୍ର ଏଫଡିଏ ଜନସନ ଆଣ୍ଡ ଜନସନ ବେବି ପାଉଡରର ଦୁଇଟି ନମୁନା ସଂଗ୍ରହ କରିଥିଲା । ସେଥିରୁ ଗୋଟିଏ ପୁଣେରୁ ଏବଂ ଅନ୍ୟଟି ନାସିକରୁ ସାମ୍ପୁଲ ନିଆଯାଇଥିଲା । ଟେଷ୍ଟ ପରେ ଜଣାପଡିଲା ଯେ, ଏହା ଶିଶୁମାନଙ୍କର ଚର୍ମ ପାଇଁ ଏହାର ପିଏଚ ବାଲାନ୍ସ ଉଚିତ ନୁହେଁ ଯାହା ଶିଶୁଙ୍କ ଚର୍ମ ପାଇଁ କ୍ଷତିକାରକ ହୋଇପାରେ ବୋଲି କୁହାଯାଉଛି ।

ଏଫଡିଏ କମ୍ପାନୀକୁ ବଜାରରୁ ଖରାପ ପାଉଡର ବ୍ୟାଚର ଉତ୍ପାଦ ପ୍ରତ୍ୟାହାର କରିବାକୁ ତାଗିତ୍ କରାଯାଇଛି । ଗତ ମାସରେ ଜନସନ ଆଣ୍ଡ ଜନସନ କହିଥିଲେ ଯେ ଏହା ୨୦୨୩ ରେ ବିଶ୍ୱସ୍ତରରେ ଟାଲକ-ଆଧାରିତ ଶିଶୁ ପାଉଡର ବିକ୍ରି ବନ୍ଦ କରିବ ଏବଂ କର୍ଣ୍ଣଷ୍ଟାର୍ଚ-ଆଧାରିତ ଶିଶୁ ପାଉଡରର ପୋର୍ଟଫୋଲିଓକୁ ସ୍ଥାନାନ୍ତରିତ ହେବ । ପିଏଚ ମାନକ ସମସ୍ୟାକୁ ନେଇ ଆମେରିକା ଓ କାନାଡାରେ ଏହାର ବିକ୍ରୟକୁ ବନ୍ଦ କରିଦିଆଯାଇଛି ।