କନକବ୍ୟୁରୋ: ବିଓସିଏକୁ ହସ୍ତାନ୍ତର ହେଉନି ମାଲିମୁଣ୍ଡା ବୃହତ କ୍ରିକେଟ ଷ୍ଟାଡିୟମରରକ୍ଷଣାବେକ୍ଷଣକରିବକିଏ ? ଗତ ମାସରେ ଆରମ୍ଭ କରାଯାଇଥିଲା । ନିର୍ମାଣବାବଦକ ୁସେସମୟ ସୁଦ୍ଧା ୧୫ କୋଟ ିଟଙ୍କା କ୍ରୀଡ଼ାଭିଭିଭୂମିର ବିକାଶଲାଗି ବଜେଟ ଧାଯ୍ୟ ର୍କରାଯାଇଥିଲା । ତେବେ ୨୦୧୪ ମସିହାର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଥର ଗତିରେ କାର୍ଯ୍ୟଚାଲିବା ଯୋଗୁଁ ଦୀର୍ଘବର୍ଷ ଧରିସହରଉପକଣ୍ଠରେବିମାନବନ୍ଦର ପାର୍ଶ୍ୱରେ ମାଲିମୁଣ୍ଡା ବୃହତ କ୍ରିକେଟ ଷ୍ଟାଡିୟମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହେଲା ।

Advertisment

ପରେ ୨୦୨୪ ନିର୍ବାଚନ ପୂର୍ବରୁ ଗତ ଫେବ୍ରୁଆରୀ ୨୭ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜୁଆଲ ମୋଡ୍ରେଏହାକୁ ଉଦଘାଟନ କଲେ ।ମାତ୍ର ଉଦଘାଟନର ୪ମାସ ବିତିଯିବା ପରେବି ଏହା ଓଡ଼ିଶା କ୍ରିକେଟ ଆସୋସିଏସନ କୁ ହସ୍ତାନ୍ତର ହୋଇ ପାରିନାହିଁ । ଆଗକୁ ଏହି ଷ୍ଟାଡିୟମର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାକୁ ଦିଆଯିବ, କିଭଳିରକ୍ଷଣା ବେକ୍ଷଣ ହେବ ସେନେଇ ଅନିଶ୍ଚିତତା ଲାଗିରହିଛି । ତେବେ ଦୀର୍ଘ ୪ ମାସ ସମୟ ବିତିଯାଇଥିଲେ ସୁଦ୍ଧା କ୍ରିକେଟ ଷ୍ଟାଡିୟମ କାର୍ଯ୍ୟକାରୀ ନ ହେବାଯୋଗୂଁ କ୍ରିକେଟପ୍ରେମୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।