ଦିବ୍ୟାଙ୍ଗ ଝିଅଙ୍କୁ ବିଷ ପିଆଇଲେ ବାପା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଦ୍ମପୁରରୁ ଆସିଲା ସଙ୍ଗୀନ ଅଭିଯୋଗ

75

କନକ ବ୍ୟୁରୋ : ଦିବ୍ୟାଙ୍ଗ ଝିଅଙ୍କୁ ବିଷ ପିଆଇଲେ ବାପା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଦ୍ମପୁରରୁ । ଇ.ବାଲାଜି ନାମକ ଜଣେ ବ୍ୟକ୍ତି ନିଜ ଦିବ୍ୟାଙ୍ଗ ଝିଅକୁ କୀଟନାଶକ ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି ମାଆ । ଇ. ବାଲାଜିଙ୍କ ୬ଟି ପୁଅ ଝିଅ ଥିବା ବେଳେ ବଡ଼ ଝିଅ ଇ. ଦାଲାମା ଜଣେ ଦିବ୍ୟାଙ୍ଗ । ସେ ଅବିବାହିତ ରହିଛନ୍ତି । ଦାଲାମ୍ମା ଭିନ୍ନକ୍ଷମ ହୋଇଥିଲେ ବି ସେ କେରଳରେ ଏକ ଲୁଗା କାରଖାନାରେ କାମ କରୁଥିଲେ ଏବଂ ନିୟମିତ ଘରକୁ ଟଙ୍କା ପଠାଉଥିବା କହିଛନ୍ତି ତାଙ୍କ ମାଆ ।

କିନ୍ତୁ ପିଲାଟି ଦିନରୁ ଦାଲାମାଙ୍କୁ ବାପା ପସନ୍ଦ କରୁନଥିଲେ, ବିଭିନ୍ନ ସମୟରେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଗତ ୧୪ ତାରିଖରେ କେରଳରୁ ନିଜ ଗାଁକୁ ଆସିଥିଲେ ଦାଲାମା । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲେ ତାଙ୍କ ବାପା ବାଲାଜୀ । ମାଆ ଅଭିଯୋଗ କରିଛନ୍ତି, ୧୯ ତାରିଖରେ ଘରେ କେହି ନଥିବା ବେଳେ କୀଟନାଶକ ଆଣି ବାଲାଜୀ ଜବରଦସ୍ତ ତାଙ୍କ ଝିଅକୁ ପିଆଇ ଦେଇଥିଲେ । ଝିଅର ଚିକ୍ରାର କରିବାରୁ ମାଆ ଓ ଭାଇ ତାଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲେ । ଏ ନେଇ ଗୋଳନ୍ଥରା ଥାନାରେ ମାଆ ଅଭିଯୋଗ କରିବା ପରେ ବାଲଜୀଙ୍କୁ ଗିରଫ କରିଛି ପୁଲିସ ।