ରାଜଭବନ ଅଭିମୁଖେ କୃଷକ ରାଲି । ପ୍ରାଇସ ,ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅନ୍ନଦାତା

କୃଷି ମନ୍ତ୍ରୀ କହିଲେ, ସରକାରଙ୍କ ଚାଷୀଙ୍କ କଥା ଚିନ୍ତା କରୁଛନ୍ତି

106

କନକ ବ୍ୟୁରୋ : ରାଜଭବନ ଅଭିମୁଖେ କୃଷକ ରାଲି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି କୃଷକଙ୍କ ଆନ୍ଦୋଳନ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ଲକ୍ଷ୍ୟରେ କୃଷକଙ୍କ ଏକ ପଦଯାତ୍ରା ଯାଉଛି । ଭୁବନେଶ୍ୱର ରଘୁନାଥପୁରରୁ କୃଷକଙ୍କ ପଦଯାତ୍ରା ବାହାରିଛି । ଅକ୍ଷୟ କୁମାରଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପଦଯାତ୍ରା ବାହାରିଛି ।

ଜାନୁଆରୀ ୩୧ ସୁଦ୍ଧା ଯଦି ଚାଷୀଙ୍କ ଦାବି ପୂରଣ ନକରାଯାଏ, ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛି କୃଷକ ସଂଗଠନ । ସେପଟେ କୃଷକଙ୍କ ସହ ୨ଥର ଆଲେଚନା ହେଲାଣି, ସରକାର ସେମାନଙ୍କ କଥା ଚିନ୍ତା କରୁଛନ୍ତି ବୋଲି କହିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ।