ବିଜୟ ମାଲ୍ୟାଙ୍କୁ ନେଇ ନୀତିନ ଗଡକରୀଙ୍କ ବୟାନ : କହିଲେ, ବିଜୟ ମାଲ୍ୟାଙ୍କୁ ଚୋର କହିବା ଠିକ୍ ନୁହେଁ 

ଆର୍ଥିକ ସଙ୍କଟରେ ଥିବା ମାଲ୍ୟା ପୂର୍ବରୁ ଋଣ ପରିଶୋଧ କରିବାର ରେକର୍ଡ଼ ରହିଛି ।

138

ବିଜୟ ମାଲ୍ୟାଙ୍କୁ ଚୋର କହିବା ଠିକ୍ ନୁହେଁ । ଗୋଟେ ଥର ବ୍ୟାଙ୍କରୁ ଋଣ ନେଇ ଶୁଝି ନଥିବା ବିଜୟ ମାଲ୍ୟାଙ୍କୁ ଚୋର କହିବା ଠିକ ହେବନି ବୋଲି କହିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ । ୪୦ବର୍ଷ ଧରି ମାଲ୍ୟା ଏପର୍ଯ୍ୟନ୍ତ ସବୁବେଳେ ସଠିକ ସମୟରେ ୠଣ ପୈଠ କରିଆସିଛନ୍ତି ବର୍ତ୍ତମାନ ତାଙ୍କ ପରିସ୍ଥିତି ଠିକ ନାହିଁ ଓ ଋଣ ପୈଠ କରିବାରେ ବିଳମ୍ବ ହେଉଥିବା ସେ କହିଛନ୍ତି । ଏହାସହ ସେ କହିଛନ୍ତି କି ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବିଜୟ ମାଲ୍ୟା ସମୟ ପୂର୍ବରୁ ଋଣ ପରିଶୋଧ କରିବାର ରେକର୍ଡ଼ ମଧ୍ୟ ରହିଛି । ଏହାସହ ମାଲ୍ୟାଙ୍କ ସହ ତାଙ୍କର କୌଣସି ପ୍ରକାର ବ୍ୟବସାୟିକ ସମ୍ବନ୍ଧ ନାହିଁ ବୋଲି ଗଡକରୀ କହିଛନ୍ତି । ବ୍ୟବସାୟିକ ମାମଲାରେ ଉତଥାନ ପତନ ଲାଗିରହିଥାଏ । ଏହାକୁ ନେଇ ତାଙ୍କୁ ଚୋର କହିବା ଠିକ୍ ହେବନି ବୋଲି ନିତିନ ଗଡକରି କହିଛନ୍ତି । ।

ସେ ଆହୁରି କହିଲେ କି, ଯେବେ କେହି ଗମ୍ଭୀର ରୋଗରେ ପଡିଥାଏ । ତାକୁ ପ୍ରଥମେ ଆଇସିୟୁରେ ରଖାଯାଏ । କିନ୍ତୁ ଆମର ବ୍ୟାଙ୍କିଙ୍ଗ ସିଷ୍ଟମରେ ପ୍ରଥମେ ରୋଗିଣା କମ୍ପାନୀକୁ ଆଇସିୟୁରେ ରଖାଯାଏ ଓ ପୁଣି ନିଷ୍ପତ୍ତି ନିଆଯାଏ କି, ତାହା ଶେଷ ପର୍ଯ୍ୟାୟରେ ପହଂଚିଗଲାଣି । ପଳାତକ ବିଜୟ ମାଲ୍ୟା ବିରୋଧରେ ୯ହଜାର କୋଟି ଟଙ୍କାର ହଡପ କରିବା ସହ ମନି ଲଣ୍ଡ୍ରିଙ୍ଗ ମାମଲା ରହିଛି ।