ରିଲିଜ୍ ହେଲା ବଲିଉଡ୍ ଡ୍ରାମା ଫିଲ୍ମ ‘ଫନ୍ନେ ଖାନ୍’ର ପ୍ରଥମ ଟ୍ରେଲର୍ : ଅନୀଲ୍ କପୁର୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରାଜକୁମାର୍ ରାଓ ମୁଖ୍ୟ ଭୂମିକାରେ

31

ଆଗାମୀ ବଲିଉଡ୍ ଡ୍ରାମା ଫିଲ୍ମ ‘ଫନ୍ନେ ଖାନ’ର ପ୍ରଥମ ଟ୍ରେଲର୍ ଏବେ ବେଶ ଚର୍ଚ୍ଚାରେ ରହିଛି । ଟ୍ରେଲରଟି ୟୁଟ୍ୟୁବରେ ରିଲିଜ୍ ହେବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଏହି ସିନେମାରେ ଅନୀଲ୍ କପୁର୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରାଜକୁମାର୍ ରାଓଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଡ୍ରାମା ଫିଲ୍ମ ଫନ୍ନେ ଖାନ୍ ର ପ୍ରଥମ ଟ୍ରେଲର୍ । ଏକ ମ୍ୟୁଜିକାଲ୍ ଡ୍ରାମା କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ କରାଯାଇଛି । ଫିଲ୍ମର କାହାଣୀ ଜଣେ ସାଧାରଣ ବାପା ଫନ୍ନେ ଖାନଙ୍କୁ ନେଇ ଗତିଶୀଳ ହୋଇଛି । ଯିଏ କି ନିଜ ଝିଅକୁ ଏକ ବଡ ସିଙ୍ଗର ହେବାର ସ୍ୱପ୍ନ ଦେଖେ । ତେବେ ଝିଅର ଅତ୍ୟଧିକ ମୋଟାପଣ ପାଇଁ ସବୁଠି ତାଙ୍କୁ ହାର୍ ସହିବାକୁ ପଡେ । ଫନ୍ନେ ଖାନ୍ ଜଣେ ସାଧାରାଣ ଟାକ୍ସି ଡ୍ରାଇଭର୍ । ଯିଏ ଚାହେଁ ତାର ଝିଅ ଲତା ମଙ୍ଗେଶକର୍ ଙ୍କ ଭଳି ସଫଳ ସିଙ୍ଗର ହଉ । ସିନେମାରେ ଫନ୍ନେ ଖାନ୍ ଭାବେ ଅଭିନେତା ଅନୀଲ୍ କପୁରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ । ପରଦାରେ ଫନ୍ନେ ଖାନଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଦତ୍ତା ଆସିବେ ନଜର । ସେହିପରି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଣେ ଫେମସ୍ ସିଙ୍ଗରର ଚରିତ୍ରରେ ନଜର ଆସିବେ ଏହି ସିନେମାରେ । ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କ ବେଶ ଗ୍ଲାମରସ୍ ଅନ୍ଦାଜ୍ ଦେଖିବାକୁ ମିଳିବ । ଐଶ୍ୱର୍ଯ୍ୟାଙ୍କୁ କିଡନାପ୍ କରି ଟଙ୍କା ବସୁଲ୍ କରିବା ପାଇଁ ଚେଷ୍ଟା କରନ୍ତି ଅନୀଲ୍ କପୁର ଓ ରାଜକୁମାର୍ ରାଓ । ଏମିତି କିଛି ଦୃଶ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି । ଟ୍ରେଲରଟିକୁ ଅଡିଏନ୍ସ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଭୂଷଣ କୁମାରଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅତୁଲ୍ ମାଂଜରେକର୍ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଅମିତ୍ ତ୍ରିବେଦୀ । ଫିଲ୍ମଟି ଅଗଷ୍ଟ ୩ ତାରିଖରେ ପରଦାକୁ ଆସିବ ।