ଜାଲ ସାଟିଫିକେଟ ଦେଇ ଆଡମିସନ ! ରେଭେନ୍ସା ଏମବିଏ ବିଭାଗରୁ ଅଭିଯୋଗ ଆସିବା ପରେ ୫ ଛାତ୍ରଛାତ୍ରୀ ନିଲମ୍ବିତ

51

କନକ ବ୍ୟୁରୋ: ଜାଲ ସାର୍ଟିଫିକେଟ ଜରିଆରେ ଆଡମିସନ ଅଭିଯୋଗରେ ନିଲମ୍ବିତ ହେଲେ ୫ ଛାତ୍ରଛାତ୍ରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଳ୍ପଫାଇନାନ୍ସିଂ ଏମବିଏ ବିଭାଗରେ ଏଭଳି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଛାନଭିନ । ତେବେ ଏହି ଘଟଣାରେ ନିଲମ୍ବିତ ୫ ଜଣ ଛାତ୍ରଛାତ୍ରୀଙ୍କ ସହ ବିଭାଗର କିଛି ଅଧିକାରୀମାନଙ୍କ ମଧ୍ୟ ହାତ ଥିବା ଜଣାପଡିଛି ।

ଜାଲ ସାର୍ଟିଫିକେଟ ଦେଇ ଆଡମିସନ । ଏଭଳି ଅଭିଯୋଗ ଆସିଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗରୁ । ଗତ ୨ ମାସ ତଳେ ୨୦ ଜଣ ଛାତ୍ର ଜାଲ ସାର୍ଟିଫିକେଟ ଦେଇ ଆଡମିସନ କରିଥିବା ଅଭିଯୋଗ ହୋଇଥିଲା ।ଏହା ପରେ ଘଟଣା ତଦନ୍ତ ପରେ ୫ ଜଣ ଛାତ୍ରଙ୍କ ବିରୋଧରେ ପ୍ରମାଣ ମିଳିବାରେ ତାଙ୍କୁ ନିଲମ୍ବନ କରାଯାଇଥିଲା । କିନ୍ତୁ ଯେଉଁ ସାର୍ଟିଫିକେଟକ୍ୁ ଜାଲ ବୋଲି କୁହାଯାଇଛି ସେହି ସାର୍ଟିିଫିକେଟ ରେଭେନ୍ସାର ବୋଲି କହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ଛାତ୍ରୀ ।

ଜାଲ ସାର୍ଟିଫିକେଟ ଜରିଆରେ ଆଡମିସନ କରିଥିବା ୫ ଛାତ୍ରଛାତ୍ରୀ ଧରାପଡିବା ପରେ ଏବେ ପ୍ରଶ୍ନ ଉଠୁଛି ସେହି ସମୟରେ ଏମବିଏ ଆଡମିସନ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନେ କରୁଥିଲେ କଣ ? ଏହି ଘଟଣାରେ ଛାତ୍ରଛାତ୍ରୀଙ୍କ ସହ ବିଭାଗର କିଛି ଅଧିକାରୀଙ୍କ ସଂପୃକ୍ତ ଥିବା ପ୍ରମାଣ ମିଳିଛି । ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରେଭେନ୍ସା ରେଜିଷ୍ଟାର ମହେଶ୍ୱର ଅଗସ୍ତି ।