ଲୋକଙ୍କୁ ଗରୀବ କରିଦେଉଛି ମହଙ୍ଗା ଚିକିତ୍ସା । ଜଣେ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ବାର୍ଷିକ ଖର୍ଚ୍ଚ କେତେ?

167

କନକ ବ୍ୟୁରୋ: ଦେଶରେ ଦିନକୁ ଦିନ ବଢୁଛି ରୋଗ ଆଉ ରୋଗୀଙ୍କ ସଂଖ୍ୟା । ଯେଉଁ ହସ୍ପିଟାଲରେ ଆଖିପଡିଲେ ରୋଗୀଙ୍କ ଲମ୍ବା ଲାଇନ୍ । ହସ୍ପିଟାଲରେ ଖର୍ଚ୍ଚ କରି କରି ଗରୀବ ହୋଇପଡୁଛନ୍ତି ଲୋକେ ।

‘ନ୍ୟାସନ୍ୟାଲ ହେଲ୍ଥ ଆକାଉଣ୍ଟସ’ର ରିପୋର୍ଟ ମୁତାବକ, ବର୍ଷକୁ ପାଖାପାଖି ୬ କୋଟିରୁ ଅଧିକ ଲୋକ କେବଳ ମହଙ୍ଗା ଚିକିତ୍ସା ପାଇଁ ଗରିବ ହୋଇପଡୁଛନ୍ତି । ଦେଶରେ ବଡ ବଡ ସରକାରୀ ହସ୍ପିଟାଲ ଅଛି । ତା ସାଙ୍ଗକୁ ଚାରିଆଡେ ଖୋଲୁଛି ଶହଶହ ଘରୋଇ ହସ୍ପିଟାଲ । ତଥାପି ଲୋକଙ୍କ ଚିକିତ୍ସା ଠିକ ଭାବେ ହୋଇପାରୁନି । ସରକାରୀ ହସ୍ପିଟାଲରେ ଲୋକଙ୍କୁ ଠିକ୍ ଚିକିତ୍ସା ମିଳୁନାହିଁ । ଫଳରେ ଘରୋଇ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏଠାରେ ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଲୋକେ ଟଙ୍କା ଖର୍ଚ୍ଚ କରି କରି ତଳିତଳାନ୍ତ ହୋଇପଡୁଛନ୍ତି ।

ଉପରୋକ୍ତ ରିପୋର୍ଟ ମୁତାବକ, ଆମ ଦେଶରେ ଜଣେ ସାଂସଦଙ୍କ ପାଇଁ ସରକାର ବର୍ଷକୁ ୫୧ ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ ଜଣେ ସାଧାରଣ ନାଗରିକ ପାଇଁ ବର୍ଷକୁ ମାତ୍ର ୧୮୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଏହି ଆକଳନ ଆଧାରରେ ଜଣେ ସାଧାରଣ ଲୋକ ପାଇଁ ସରକାର ଦିନକୁ ୫ ଟଙ୍କାରୁ କମ୍ ଖର୍ଚ୍ଚ କରୁଥିବା ଜଣାପଡିଛି । ସରକାରଙ୍କ ନ୍ୟାସନାଲ ହେଲଥ୍ ଆକାଉଣ୍ସ୍ ରିପୋର୍ଟ ମୁତାବକ, ୨୦୧୮-୧୯ରେ ସ୍ୱାସ୍ଥ୍୍ର୍ୟ ସେବା ପାଇଁ ମୋଟ ୫.୯୬ ଲକ୍ଷ କୋଟି ଖର୍ଚ୍ଚ ହୋଇଛି । ଏଥିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ୨.୪୨ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ବାକି ଖର୍ଚ୍ଚ ସାଧାରଣ ଲୋକେ ଉଠାଇଛନ୍ତି ।