ଗଞ୍ଜେଇ ଚାଷକୁ ନଷ୍ଟ କରୁଛି ଅବକାରୀ ବିଭାଗ । ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ଚାଲିଥିଲା ବେପାର

138

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ବି ପୁରୀ ଜିଲ୍ଲା କଣାସରେ ଅବକାରୀ ବିଭାଗ ଗଞ୍ଜେଇ ଗଛ କଟା ଆରମ୍ଭ କରିଛି । ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଗଞ୍ଜେଇ ଗଛ କଟା ହୋଇଛି । ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ୩୫ରୁ ଅଧିକ ଷ୍ଟାଫ ନିୟୋଜିତ ହୋଇଛନ୍ତି । ଘଟଣା ସ୍ଥଳରେ ଅବକାରୀ ବିଭାଗ ଏସପି ଜଗଦୀଶ ସାମଲ ଉପସ୍ଥିତ ଅଛନ୍ତି । ସବୁ ଗଛ ନଷ୍ଟ କରିବାକୁ ପାଖାପାଖି ୫ ଦିନ ସମୟ ଲାଗିବ ବୋଲି କହିଛନ୍ତି ଏସପି । କିଛି ବର୍ଷ ହେଲା କଣାସର ନାନକେରା ଗାଁରେ ଖୁଲମଖୁଲା ଗଞ୍ଜେଇ ଚାଷ କରାଯାଉଥିଲା । ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏହି ଗାଁରେ ବେଧଡକ ଭାବେ ଏକର ଏକର ଜମିରେ ଚାଲିଥିଲା ଗଞ୍ଜେଇ ଚାଷ । ଯେଉଁ ଚାଷ ଜମି ଗୁଡିକରେ ପନିପରିବା ଫସଲ ଚାଷ ହେବା କଥା ସେହି ଜମି ଗୁଡିକ ସବୁଜ ଗଞ୍ଜେଇ ଗଛରେ ଭର୍ତି ହୋଇଛି । ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଆସୁଥିବା ବେଳେ କିଛି ଅଧିକାରୀଙ୍କୁ ହାତ ଗୁଞ୍ଜା ଦିଆଯାଇ ଏହି ଚାଷ କରାଯାଉଥିବା ହୋଇଛି ଅଭିଯୋଗ ।