ଚେନ୍ନାଇ : ବନବିଭାଗ ପକ୍ଷରୁ ବିରଳ ଆଲେକଜାଣ୍ଡାର ପ୍ରଜାତିର ୧୫୬ଟି ଶୁଆ ଉଦ୍ଧାର

130

କନକ ବ୍ୟୁରୋ : ଚେନ୍ନାଇ ବନବିଭାଗ ପକ୍ଷରୁ ବିରଳ ଆଲେକଜାଣ୍ଡାର ପ୍ରଜାତିର ୧୫୬ଟି ଶୁଆକୁ ଉଦ୍ଧାର କରଯାଇଛି । କିଛି ଦଲାଲ ଏମାନଙ୍କୁ ଚୋରା ଚାଲାଣ କରୁଥିବାବେଳେ ଚେନ୍ନାଇର ବନ ସଂରକ୍ଷକ ଏମାନଙ୍କୁ ଉଦ୍ଧାର କରିଛନ୍ତି । କିଛିଦିନ ଧରି ଶୁଆ ଚୋରା ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ଶୁଆମାନଙ୍କୁ ଉଦ୍ଧାର କରାଯାଇଛି ।