ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ପାଇଁ ବଢିଲା ଅଡୁଆ, ଆତ୍ମକଥାରେ ଆପତ୍ତିଜନକ କଥା ପାଇଁ ୧ କୋଟି ଟଙ୍କାର ମାନହାନୀ ମାମଲା

4,063

କନକ ବ୍ୟୁରୋ : ସାମାଜିକ କାର୍ଯ୍ୟକର୍ତ୍ତା ଓ ଆସାମର ଏକ ବେସରକାରୀ ସଂସ୍ଥା ଚଳାଉଥିବା ଜଣେ ପଦାଧିକାରୀ ଭାରତର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାମରେ ୧ କୋଟି ଟଙ୍କାର ମାନହାନୀ ମାମଲା ଦାଖଲ କରିଛନ୍ତି । ମାମଲାରେ ଦାବି କରାଯାଇଛି କି, ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କ ଆତ୍ମକଥାରେ ନାଗରିକ ରାଷ୍ଟ୍ରୀୟ ରେଜିଷ୍ଟର ସନ୍ଦର୍ଭରେ କିଛି ଆପତ୍ତିଜନକ କଥା ଲେଖିଛନ୍ତି ।

ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏଭଳି ମାମଲା ଦାଖଲ କରିଛନ୍ତି ଅଭିଜିତ ଶର୍ମା । ଅଭିଜିତ ଶର୍ମା କାମରୁପ ଜିଲ୍ଲା ଓ ଗୌହାଟୀ ସିଭିଲ କୋର୍ଟରେ ଏନେଇ ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ୧ କୋଟି ଟଙ୍କାର ମାମଲା ଦାଖଲ କରିଛନ୍ତି । ଏହାସହ ପୂର୍ବ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଲିଖିତ ଆତ୍ମକଥା ‘ଜଷ୍ଟିସ ଫର ଦ ଜଜ୍’ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି ।

ଅଭିଜିତ ଶର୍ମା ୧୯୫୧ ମସିହାରେ ଆସାମରେ ଏନଆରସି ଅପଡେଟ କରିବାକୁ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ । ମାମଲା ବିଚାରଧିନ ଥିବା ବେଳେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ୨୦୧୫ ମସିହାରେ ଆସାମରେ ଏନଆରସି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶର୍ମା କୋର୍ଟରେ ଦାଖଲ କରିଥିବା ଆବେଦନରେ କହିଛନ୍ତି କି, ତାଙ୍କ ଅବସର ପରେ ପୂର୍ବତନ ପ୍ରଧାନ ବିଚାରପତି ଏନଆରସି ସଂଯୋଜକ ପ୍ରତୀକ ହାଜେଲାଙ୍କୁ ପଦରୁ ହଟାଇବା ଏବଂ ତାଙ୍କୁ ମଧ୍ୟପ୍ରଦେଶକୁ ସ୍ଥାନାନ୍ତର କରିବା ବିଷୟରେ କିଛି କଥା ଲେଖିଥିଲେ । ସେମାନେ ମଧ୍ୟ ଅପମାନଜନକ ପ୍ରକୃତିର ଅଟନ୍ତି   । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩ ରେ ହେବ ।

ସୂଚନା ମୁତାକ ଜଷ୍ଟିସ ରଞ୍ଜନ ଗୋଗୋଇ ତାଙ୍କ ଆତ୍ମକଥାରେ କିଛି କଥା ଉଠାଇଛନ୍ତି । ଏଥିରେ ସେ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ମାମଲାର ଐତିହାସିକ ରାୟ ପରେ ହୋଇଥିବା ଭୁଜି କଥା ମଧ୍ୟ ଉଲ୍ଲେଖ କରିଛନ୍ତି ।