ଅବଧି ପରେ ବି ମନ୍ଥର ଗତିରେ ଚାଲିଛି ବ୍ରିଜ୍ କାମ: ୫ବର୍ଷରୁ ଅଧିକ ଦିନ ବିତିଗଲା ହୋଇପାରିଲାନି ସ୍ଥାୟୀ ପୋଲ

93

କନକ ବ୍ୟୁରୋ: ବର୍ଷ ପାହିଗଲା ସରିଲାନି ପୋଲ କାମ । ୫ବର୍ଷରୁ ଅଧିକ ଦିନ ବିତିଗଲା ଚବେରୀ ପୋଲ ଉପରେ ସ୍ଥାୟୀ ପୋଲ ନିର୍ମାଣ କାମ । ଅବଧି ଶେଷ ହୋଇ ମଧ୍ୟ ୩ ବର୍ଷ ବିତିଗଲାଣି । ହେଲେ ନିର୍ମାଣ କାମ ସରିବାର ନାଁ ନେଉନି । ବିକାଶ ପାଇଁ ବାଧକ ସାଜିଛି ଚବେରି ନଦୀ । କୋରାପୁଟ ଜିଲ୍ଲା ଦଶମନ୍ତପୁର ମଧୁବିଶାଳୀ ଗାଁ ଯିବାକୁ ନଦୀ ପୋଲ ର ଦୃଶ୍ୟ । ପୋଲ କାମ ହେଉନଥିବାରୁ ପ୍ରାୟ ଜଳବନ୍ଦୀ ଜୀବନ କାଟୁଛନ୍ତି ଗାଁର ଲୋକେ । ନିତିଦିନିଆ ରାସ୍ତା ନଥିବା ଯୋଗୁଁ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧାରୁ ବଂଚିତ ଗାଁର ଲୋକମାନେ । ମଧୁବିଶାଳୀ ଗାଁ ସମେତ ସଲପ ଗୁଡା , କୁମୁଣ୍ଡା ଗୁଡା, ତେନ୍ତୁଳି ଗୁଡା, ଭଳି ୬ ଖଣ୍ଡ ଗ୍ରାମ ବାସୀ ରାସ୍ତା ସୁବିଧା ନଥିବା ରୁ ବହୁ ଅସୁବିଧା ଭୋଗୁଛନ୍ତି । ଶେଷରେ ଛଅ ଖଣ୍ଡ ଗାଁର ଲୋକ ଚାନ୍ଦା କରି ଏକ ବାଉଁଶ ପୋଲ ତିଆରି କରି ବିପଦ ସଙ୍କୁଳ ଅବସ୍ଥାରେ ଯବିା ଆସିବା କରୁଛନ୍ତି । ହେଲେ କୌଣସି ମୁହୁର୍ତରେ କିଛି ବି ଅଘଟଣ ଏଠାରେ ଏଡାଇ ଦିଆଯାଇନପରେ । ଅନ୍ୟ ଦିନ ତ ଦୂର କଥା ବର୍ଷା ଦିନରେ ବଡ ସମସ୍ୟା ଲାଗିଥାଏ । ଚବେରି ଉପରେ ସ୍ଥାୟୀ ପୋଲ ନିର୍ମାଣ କରାଯିବା ଲାଗି ସରକାରଙ୍କ ପକ୍ଷ ରୁ ୨ କୋଟି ୭୭ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଏନବିସିସି ସଂସ୍ଥାକୁ ମଧ୍ୟ ଦିଆଯାଇଛି । ହେଲେ ପୋଲ ନିର୍ମାଣ ଅବଧି ତାରିଖ ଶେଷ ହୋଇ ଦିର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରୁନି । ତେବେ ଅର୍ଥ ଅଛି ଦାୟିତ୍ୱ ବି ଦିଆଯାଇଛି ହେଲେ କାହିଁକି କାମ ସଠିକ୍ ସମୟରେ ହୋଇପାରୁନି ତାକୁ ନେଇ ଉଠିଛି ପ୍ରଶ୍ନ?