ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ୩୦ ଏକର ଜମିରୁ ନଷ୍ଟ କଲେ ଗଞ୍ଜେଇ ଗଛ, ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ

74

କନକ ବ୍ୟୁରୋ: ବେଆଇନ୍ ଗଂଜେଇ ଚାଷ ନଷ୍ଟ କରାଯାଇଛି । ଏକର କି ଦୁଇ ଏକର ନୁହେଁ ପ୍ରାୟ ୩୦ଏକର ଚାଷ ଜମି ନଷ୍ଟ କରାଯାଇଛି । ମାଲକାନଗିରି ଚିତ୍ରକୋଣ୍ଡା ବଡପଦର ପଂଚାୟତର ଦୁଇଟି ଗାଁରେ ଚଢାଉ କରାଯାଇ ଗଛ ସବୁ ନଷ୍ଟ କରାଯାଇଛି । ଚିତ୍ରକୋଣ୍ଡା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଏହି ସ୍ଥାନ ଗୁଡିକରେ ଚଢାଉ କରାଯାଇ ଗଛ ସବୁ କଟାଯାଇଛି । ବହୁ ଦିନ ହେଲା ଏହି ଅଂଚଳରେ ଗଂଜେଇ ଚାଷ କରାଯାଉଥିଲା । ଖବର ପାଇଁ ହଠାତ୍ ଏହି ସ୍ଥାନରେ ଚଢାଉ କରାଯିବା ସହିତ ଗଛ ସବୁ ନଷ୍ଟ କରାଯାଇଛି । ଯାହା ୨କୋଟିରୁ ଅଧିକ ମୂଲ୍ୟ ହେବ ବୋଲି ଅନୁମାନ କରାଯାଉଛି ।