ରାହୁଲଙ୍କ ଟାର୍ଗେଟରେ ମୋଦୀ ସରକାର: କହିଲେ, ମଣିପୁରରେ ପୂରା ଭାରତକୁ ହତ୍ୟା କରାଯାଇଛି

123

କନକ ବ୍ୟୁରୋ: ଅବିଶ୍ୱାସ ପ୍ରସ୍ତାବର ଦ୍ୱିତୀୟ ଦିନରେ ଆଜି ପାର୍ଲାମେଣ୍ଟରେ ହଙ୍ଗମା ଦେଖିବାକୁ ମିଳିଛି । ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜ ମତ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାସହ ମଣିପୁର ଘଟଣାରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମଣିପୁର ଯାଇନାହାନ୍ତି । କାରଣ ତାଙ୍କ ପାଇଁ ମଣିପୁର ଭାରତରେ ନାହିଁ । ମଣିପୁରରେ ଭାରତ ମାତାଙ୍କ ହତ୍ୟା କରାଯାଇଛି । ମଣିପୁରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ତାଙ୍କୁ ବାଣ୍ଟି ଦିଆଯାଇଛି ।

ସେହିପରି ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ରାବଣ ଦୁଇ ଜଣ ଲୋକଙ୍କ କଥା ଶୁଣୁଥିଲା । ଜଣେ ମେଘନାଦ ଆଉ ଜଣେ କୁମ୍ଭକର୍ଣ୍ଣ । ସେହିପରି ମୋଦୀ କେବଳ ଅମିତ ଶାହା ଓ ଅଦାନୀଙ୍କ କଥା ଶୁଣୁଛନ୍ତି । ରାବଣର ଅହଙ୍କାର ଯୋଗୁଁ ଲଙ୍କା ଭସ୍ମ ହୋଇଥିଲା । ମୋଦୀ ସାରା ଦେଶରେ କିରୋସିନ ଫିଙ୍ଗି ନିଆଁ ଲଗାଇଛନ୍ତି ।

ରାହୁଲଙ୍କ ଏହି ବୟାନ ପରେ ପାର୍ଲାମେଣ୍ଟରେ ହଙ୍ଗାମା ହୋଇଥିଲା । ସେହିପରି କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ମଣିପୁରରେ ୭ ଦଶକ ଧରି ଯାହା ହୋଇ ଆସୁଥିଲା ସେଥିପାଇଁ କବେଳ କଂଗ୍ରେସ ଦାୟୀ । ଏଥିପାଇଁ ରାହୁଲଙ୍କୁ ଭୁଲ ମାଗିବା ଦରକାର ।