ଶାହାରୁଖ, ଆର୍ଯ୍ୟନ ଓ ସାରା ଖାନଙ୍କ ଫଟୋ ଭାଇରାଲ ! କରଣଙ୍କ ଜନ୍ମଦିନରେ ବଡ ଷ୍ଟାର ରହିଗଲେ ପଛରେ

30

ଘଟଣା ଥିଲା ନିର୍ଦ୍ଦେଶକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିର । ଏଥରେ ବଲିଉଡର ପାଖାପାଖି ସବୁ ବଡ ଷ୍ଟାରମାନେ ସାମିଲ୍ ହୋଇଥିଲେ । ଶାହାରୁଖ ଖାନଙ୍କ ଠାରୁ ଅମିର ଖାନା ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଠାରୁ ଦୀପିକା ପାଦୁକୋନ୍, ଅନୁଷ୍କା ଶର୍ମା , କ୍ୟାଟରୀନା କୈଫ୍ ଯାଏ ସମସ୍ତେ ଯୋଗ ଦେଇଥିଲେ ।

ହେଲେ ସବୁଠୁ ମଜାଦାର କଥା ହେଲା କରଣଙ୍କ ଏହି ଜନ୍ମଦିନ ପାର୍ଟିର ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଶାହାରୁଖ ଖାନ୍ , ତାଙ୍କ ପୁଅ ଆର୍ଯ୍ୟନ ଓ ସୈଫ୍ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲୀ ଖାନଙ୍କ ମିଳିତ ଫଟୋ । ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ସାଜିଛି । ଏଥିରେ ସାରା ଶାହାରୁଖଙ୍କ ବାହୁରେ ବାହୁ ରଖିଛନ୍ତି ଓ ଶାହାରୁଖ ପୁଅ ଆର୍ଯ୍ୟନଙ୍କ ବେକରେ ହାତ ଥୋଇଛନ୍ତି । ଏତେ ସବୁ ବଡ ବଡ ଷ୍ଟାର ଭିତରେ ଖୁବ୍ ଆକର୍ଷଣ ଥିଲା ଏହି ମିଳିତ ଫଟୋ ।