ମୁକ୍ତିଲାଭ କରିଛି ପ୍ରଥମ ଓଡିଆ ବାଓଗ୍ରାଫିକାଲ୍ ସିନେମା ତୁଳସୀ ଅପା!

46

ବଡ ପରଦାରେ ଦେଖିବାକୁ ମିଳିଛି ସମାଜସେବୀ ତୁଳସୀ ମୁଣ୍ଡାଙ୍କ ଜୀବନୀ । ପ୍ରଥମ ଥର ପାଇଁ ଓଡିଆ ଇଣ୍ଡଷ୍ଟ୍ରୀରେ ଦେଖିବାକୁ ମିଳିଛି ଏକ ବାଓଗ୍ରାଫିକାଲ୍ ସିନେମା ‘ତୁଳସୀ ଅପା’ । ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଯାତ୍ରାକୁ ସିନେମାରେ ସୁନ୍ଦର ଭାବେ ପରିବେଷଣ କରିଛନ୍ତି ନିର୍ଦ୍ଦେଶକ ଅମିୟ ପଟ୍ଟନାୟକ । ତୁଳସି ଅପା ସିନେମାଟି ଦେଖିବାକୁ ପ୍ରେକ୍ଷାଳୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ଅନୁପମ ପଟନାୟକ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚିତ୍ରରେ ତୁଳସୀ ମୁଣ୍ଡାଙ୍କ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ନବାଗତ ଅଭିନେତ୍ରୀ ବର୍ଷା ପଟ୍ଟନାୟକ ।

ତେବେ ଚଳଚ୍ଚିତ୍ର ‘ତୁଳସୀ ଅପା’ ପରଦାକୁ ଆସିବା ଆଗରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଉଚ୍ଚ ପ୍ରଶଂସିତ ହୋଇସାରିଛି । ଆଉ ସିନେମାଟି ରିଲିଜ୍ ହେବାର ପ୍ରଥମ ଶୋ’ରେ ବି ଦର୍ଶକ ବେଶ ପ୍ରଶଂସା କରିଛନ୍ତି । ତୁଳସୀ ମୁଣ୍ଡାଙ୍କ ପିଲାଦିନ ଠାରୁ ଆରମ୍ଭ କରି ପଦ୍ମଶୀ ପାଇବା ପର୍ଯ୍ୟନ୍ତ ପ୍ରତି ଟି ଘଟଣାକୁ ଫିଲ୍ମରେ ଜୀବନ୍ତ ରୁପ ଦେଇଛନ୍ତି ନିର୍ଦ୍ଦେଶକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-