ଦିଲ୍ଲୀରେ ହେବ ପ୍ରବାସୀ ଓଡ଼ିଆଙ୍କ ମହାବିଷୁବ ମିଳନ : କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଦେବେ ଯୋଗ

115

କନକ ବ୍ୟୁରୋ : ଦିଲ୍ଲୀରେ ହେବ ପ୍ରବାସୀ ଓଡ଼ିଆଙ୍କ ମହାବିଷୁବ ମିଳନ । ପଣା, ପୁରସ୍କାର ଓ ବୌଦ୍ଧିକ ଚିନ୍ତନକୁ ନେଇ ଆୟୋଜିତ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ । ଯାହାର ଆୟୋଜନ କରିବ ଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆ ବିକାଶ ସମିତି । ଚଳିତ ବର୍ଷ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଆଉ ଓଡ଼ିଆଙ୍କ ପାଇଁ ବୌଦ୍ଧିକ ବିତର୍କରେ ଯୋଗଦେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ୍ ଡକ୍ଟର ବଳରାମ ପାଣି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଦୀନବନ୍ଧୁ ସାହୁ, ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟନାରାୟଣ ମିଶ୍ର, ଆଇଆଇଏମ୍ ଲକ୍ଷ୍ନୌ ଚେୟାରମ୍ୟାନ୍ ପ୍ରଫେସର ସତ୍ୟଭୂଷଣ ଦାଶ ଓ ଜେନଏୟୁର ଆସୋସିଏଟ୍ ପ୍ରଫେସର୍ ଡକ୍ଟର ମନୋଜ କୁମାର ଜେନା ।

ପୂରା କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱରେ ରହିବେ କନକ ନ୍ୟୁଜ୍ ସମ୍ପାଦକ ମନୋରଂଜନ ମିଶ୍ର । ଦୁଇଦିନ ଧରି ରାଜଧାନୀ ଦିଲ୍ଲୀରେ ଏହି ସମ୍ମିଳନୀ ଆୟୋଜିତ ହେବ । ଏପ୍ରିଲ ୨୩ ତାରିଖରେ ପ୍ରଥମ ଦିବସରେ ପ୍ରବାସୀ ଓଡ଼ିଆ ବିଭିନ୍ନ ମଂଚରେ ପ୍ରତିନିଧିତ୍ୱ କରିବେ । ଏହା ଜେଏନୟୁ କ୍ୟାମ୍ପସ ସେମିନାର୍ ହଲରେ ଆୟୋଜିତ ହେବ । ସେହିପରି ଦ୍ୱିତୀୟ ଦିବସ ଅର୍ଥାତ୍ ୨୪ ତାରିଖରେ ନୂଆଦିଲ୍ଲୀର ଆଇଆଇଏମସି ଅଡିଟୋରିୟମରେ ଆୟୋଜିତ ହେବ ।