ପାଣିରୁ ଉଦ୍ଧାର ହୋଇଥିବା ହାତୀର ଚାଲିଛି ଚିକିତ୍ସା : ହାତୀର ଗୋଡରେ ଗଭୀର କ୍ଷତ ଥିବା ସୂଚନା

92

କନକ ବ୍ୟୁରୋ : ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ପୋଖରୀରେ ଫସିଥିବା ହାତୀର ଚାଲିଛି ଚିକିତ୍ସା । ଅଧାପାଣି ଅଧା କାଦୁଅରେ ହାତୀକୁ ରଖି ଚିକିତ୍ସା କରୁଛନ୍ତି ବିଶେଷଜ୍ଞ ଦଳ । ଗତକାଲି ଠାରୁ ହାତୀ ଦେହରେ ସାଲାଇନ ଲଗାଇଛି ବନବିଭାଗ ।

ସୂଚନା ଅନୁସାରେ ପୋଖରୀକୁ ପାଣି ପିଇବାକୁ ଆସିଥିବା ବେଳେ ପାଣିରେ ଫସି ଯାଇଥିଲା ହାତୀ । ୩ ଦିନ ପରେ ଅର୍ଥାତ ଗତକାଲି ପାଣି ଭିତରୁ ହାତୀକୁ ଦଉଡ଼ିରେ ଟାଣି ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ ଚିକିତ୍ସା ବିଶେଷଜ୍ଞ ଦଳ ଓ ସ୍ଥାନୀୟ ଲୋକ । ହେଲେ ହାତୀ ସମ୍ପୂର୍ଣ୍ଣ ଅସୁସ୍ଥ ଥିବାରୁ ସଂପୂର୍ଣ୍ଣ ଭାବେ ପାଣିରୁ ଆଣିବାରେ ସକ୍ଷମ ହୋଇନଥିଲେ । ହାତୀର ଗୋଡରେ ଗଭୀର କ୍ଷତ ଥିବା ସୂଚନା ରହିଛି ।