ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଅଘଟଣ । ପିକ୍ଅପ୍ ଗାଡ଼ି ମାଡ଼ିଯିବାରୁ ୨ ପର୍ଯ୍ୟଟକ ଆହତ

106

କନକ ବ୍ୟୁରୋ : ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ହିଟ୍ ଆଣ୍ଡ ରନ୍ ମାମଲା । ପିକ୍ଅପ୍ ଗାଡ଼ି ମାଡ଼ି ଯିବାରୁ ୨ ପର୍ଯ୍ୟଟକ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ବେପୁରଆ ଗାଡ଼ି ଚଳାଇବାରୁ ଦୁର୍ଘଟଣା ହୋଇଥିବା ସୂଚନା ରହିଛି । ଭୁବନେଶ୍ୱରରୁ ପୁରୀକୁ ମଞ୍ଜି ନେଇ ଗାଡି ଯାଉଥିବା ବେଳେ ବ୍ୟାରିକେଡ ଭାଙ୍ଗି ଭକ୍ତଙ୍କ ଉପରେ ଚଢ଼ି ଯାଇଥିଲା ।

ସଠିକ୍ ସମୟରେ ଗାଡ଼ିର ବ୍ରେକ୍ ନଲାଗିଥିଲେ ନନ୍ଦିଘୋଷ ରଥକୁ ଥକ୍କା ଦେଇଥାନ୍ତା ପିକ୍ଅପ ଗାଡ଼ି । ଦୁର୍ଘଟଣାରେ ୨ରୁ ଅଧିକ ଭକ୍ତ ଆହତ ହୋଇଥିବା ସୂଚନା ରହିଛି । ଆହତ ହେଲେ ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ, ବୈଜୟନ୍ତ ସାହୁ । ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ହସ୍ପିଟାଲ ଭର୍ତ୍ତି କରିବା ସହ ତଦନ୍ତ ଜାରି ରଖିଛି ।